Home Top News ପ୍ରଥମେ ଫେସବୁକରେ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ପ୍ରେମ, ପରେ ଏକ କାଫେକୁ ନେଇ ଦୁଷ୍କର୍ମ

ପ୍ରଥମେ ଫେସବୁକରେ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ପ୍ରେମ, ପରେ ଏକ କାଫେକୁ ନେଇ ଦୁଷ୍କର୍ମ

117

ନୂଆ ଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) ଜବଲପୁରର ଜଣେ ୯ ମ ଶ୍ରେଣୀ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଜଣେ ଯୁବକ ପ୍ରଥମେ ତାଙ୍କୁ ଫେସବୁକରେ ବନ୍ଧୁତ୍ୱ ସ୍ଥାପନ କରିଥିଲେ ଏବଂ ପରେ ତାଙ୍କୁ ଏକ କାଫେକୁ ନେଇ ଯାଇଥିଲେ ଯେଉଁଠାରେ ସେ ତାଙ୍କ ସହ ଦୁଇଥର ବଳାତ୍କାର କରିଛନ୍ତି।

ବିଜୟନଗର ପୋଲିସର ସୂଚନାନୁସାରେ, ଜଣେ ୧୫ ବର୍ଷର ନାବାଳିକା ଯିଏକି ନବମ ଶ୍ରେଣୀରେ ପଢ଼ୁଛନ୍ତି ସେ ଅକ ଅଭିଯୋଗ କରିଛନ୍ତି। ଜାନୁଆରୀ ୨୦୨୦ ରେ, ସେ ଫେସବୁକ୍ ମାଧ୍ୟମରେ ଦ୍ୱାଦଶ ଶ୍ରେଣୀର ଛାତ୍ର ସମୀର ଙ୍କ ସହ ବନ୍ଧୁତା କରିଥିଲେ। କିଛି ଦିନ କଥା ହେବା ପରେ ଦୁହେଁ ଭଲ ବନ୍ଧୁ ହେଲେ। ଏହା ପରେ ସମୀର ତାଙ୍କୁ ବିଜୟ ନଗରର ଜିରୋ ଡିଗ୍ରୀ ରୋଡରେ ଭେଟିବାକୁ ଡାକିବା ଆରମ୍ଭ କରିଥିଲେ। ସେ ୬ ନଭେମ୍ବରରେ କୋଚିଂ କରିବା ପରେ ତାଙ୍କ ପାଖକୁ ଯାଇଥିଲେ, ତା’ପରେ ସମୀର କୋଚିଂ ପରେ ସନ୍ଧ୍ୟାରେ ତାଙ୍କୁ ଭେଟିବା ପାଇଁ ଜିରୋ ଡିଗ୍ରୀ ଡାକିଲେ। ସନ୍ଧ୍ୟାରେ ଯେତେବେଳେ ଛାତ୍ରୀଜଣକ କୋଚିଂ ସାରି ଫେରିଲେ, ଅଭିଯୁକ୍ତ ସମୀର ତାଙ୍କୁ କିଛି ସ୍ନାକ୍ସ ଖାଇବାକୁ ଦେବା ବାହାନାରେ ଏକ କାଫେକୁ ନେଇ ସେଠାରେ ବଳାତ୍କାର କରିଥିଲେ।

ଅଭିଯୁକ୍ତଙ୍କ ବିରୋଧରେ ବଳାତ୍କାର ଏବଂ ପୋକସୋ ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ୍। ସୂଚନାଯୋଗ୍ୟଯେ, ଦୁଇ ମାସ ମଧ୍ୟରେ ବିଜୟ ନଗରର ୟୁ ଟର୍ନ କାଫେରେ ବଳାତ୍କାରର ଦ୍ୱିତୀୟ ଘଟଣା ସାମ୍ନାକୁ ଆସିଛି। ଏହାପୂର୍ବରୁ, ଜଣେ ଜମି ମାଫିଆଙ୍କର ପୁଅ ମଧ୍ୟ ତାଙ୍କ ନାବାଳିକା ବନ୍ଧୁଙ୍କୁ ନେଇ ସେହି କାଫେରେ ବଳାତ୍କାର କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.