Home ଜିଲ୍ଲା ପରିକ୍ରମା ପ୍ରଥମାଷ୍ଟମୀରେ ଅସହାୟ ମୁହଁରେ ହସ ଫୁଟାଇଲା “ଆପଣ ଏକା ନୁହଁନ୍ତି ଟ୍ରଷ୍ଟ’

ପ୍ରଥମାଷ୍ଟମୀରେ ଅସହାୟ ମୁହଁରେ ହସ ଫୁଟାଇଲା “ଆପଣ ଏକା ନୁହଁନ୍ତି ଟ୍ରଷ୍ଟ’

27

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ପଂଚାୟତ ପଳାସପୁର ଗ୍ରାମର ଅଭିରାମ ରାଉତ ଙ୍କ ପୁଅ ସିଦ୍ଧାର୍ଥ ରାଉତ ଦୁଇ ବର୍ଷ ତଳେ ଚେନ୍ନଇ ର ଏକ ଘରୋଇ କମ୍ପାନି ପଂଚାନନ ଟେକ୍ସଟାଇଲ ରେ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ। ଗତ ତା ୧୧/୧୧/୨୦୨୪ ସୋମବାର ଦିନ ସିଦ୍ଧାର୍ଥ ଙ୍କ ମୃତ୍ୟୁ ଖବର ତାଙ୍କର ଜଣେ ବନ୍ଦୁ ଘର ଲୋକଙ୍କୁ କଲ୍ ମାଧ୍ୟମରେ ଜଣାଇବା ପରେ, ଘରଲୋକ ପୁଅର ମୃତ୍ୟୁ କୁ ଏତେ ଶୀଘ୍ର ଗ୍ରହଣ କରିପାରୁନଥିଲେ। ସିଦ୍ଧାର୍ଥ ଙ୍କ ପରିବାର ଲୋକ ଅଭିଯୋଗ କରିବା କଥା ଯେ ଉକ୍ତ କମ୍ପାନୀର ଠିକାଦାର କୁଆଡ଼େ ପୁଅ ସିଦ୍ଧାର୍ଥଙ୍କୁ ବହୁ ଦିନ ହେବ ଶାରୀରିକ, ମାନସିକ ଅତ୍ୟାଚାର,ନିର୍ଯ୍ୟାତନା କରିବା ସହିତ ମାସିକ ଦରମା ମଧ୍ୟ ଦେଉନଥିଲେ ଏ ନେଇ ପୁଅ ବାପା ମା ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ଏନେଇ ପୁଅ ସିଦ୍ଧାର୍ଥ ଅନେକ ଥର କଲ କରି ଜାଣିଇଥିଲେ, ପୁଅକୁ ମାରିଦେବାର ସିଧା ସଳଖ ଅଭିଯୋଗ ଆଣିଛନ୍ତି ପରିବାର ଓ ଗାଁ ଲୋକେ, କିନ୍ତୁ ଦୁଃଖ ଓ ବିଡ଼ମ୍ବନାର ବିଷୟଯେ ପରିଣତ ବୟସରେ ବୃଦ୍ଧା ବାପା ଓ ମା ଙ୍କୁ ଏବଂ ପରିବାର ଚଳେଇବା ଦାୟିତ୍ୱ ନେଇ ଦାଦନ ଖଟିବାକୁ ଯାଇଥିବା ପୁଅ କେବେ ଶବ ହୋଇ ଘରକୁ ଫେରିବ ତାହା ଅସହାୟ ବାପା ମା କେବେ ଭାବି ନଥିଲେ। ଭେଣ୍ଡିଆ ପୁଅକୁ ହରାଇ ଏବେ ବାପା ମା ଦୁଇଜଣ ସମ୍ପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି। ଅନେକ ନେତା ମନ୍ତ୍ରୀ ଙ୍କୁ ଜଣାଇବା ପରେ ଗାଁ ଲୋକଙ୍କ ସହାୟତାରେ ଓ ସ୍ତାନୀୟ ସରପଂଚଙ୍କ ସହଯୋଗ ରେ ସିଦ୍ଧାର୍ଥଙ୍କ ମରଶରୀର ନିଜ ଗାଁ ମାଟି ରେ ପହଁଚିବା ପରେ ସ୍ତାନୀୟ ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଗାଁ ଲୋକ ଓ ପୁଅକୁ ହରାଇଥିବା ବାପା ମା ଙ୍କ ଶେଷ ଇଚ୍ଛା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ଏବଂ ଉପଯୁକ୍ତ ତଥ୍ୟ ଆଧାରରେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ବିଧାନ ହେଉ ମୋ ପୁଅକୁ ନ୍ୟାୟ ମିଳୁ। ଏ ନେଇ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ବିଭିନ୍ନ ଗଣମାଧ୍ୟମରେ ଏବଂ ଚିଠି ଯୋଗେ ଅନୁରୋଧ କରିଥିଲେ। କିନ୍ତୁ ଆଜକୁ ମୃତ୍ୟୁର ୭ ଦିନ ବିତିଗଲା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ କିଛିବି ବିହୀତ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏପରି ଏକ ଦୁଃଖଦ ସମୟରେ ପୁଅକୁ ହରାଇଥିବା ବୃଦ୍ଧା ସିଦ୍ଧାର୍ଥ ଙ୍କ ବାପା ମା ଙ୍କର ସାହାରା ହୋଇ ଦେବଦୂତ ପରି ଛିଡା ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆପଣ ଏକା ନୁହଁନ୍ତି ଟ୍ରଷ୍ଟର ସଦସ୍ୟ, ସଂଗଠନର ସଭାପତି/ ପ୍ରତିଷ୍ଠାତା ଅଜୟ କୁମାର ମହାନ୍ତି ଏବଂ ସମ୍ପାଦକ ସୁଶାନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଏବଂ ସଂଗଠନର ଉପଦେଷ୍ଟା ଶିବାନନ୍ଦ ପାଢୀ, କୋଷାଧକ୍ଷ ଦିବ୍ୟସିଂହ ମହାନ୍ତି ଙ୍କ ପରାମର୍ଶ କ୍ରମେ ସଦସ୍ୟ ରଶ୍ମି ରଞ୍ଜନ ମିଧାର, ବଳରାମ ସାହୁ, କାଳୀ ପ୍ରସାଦ ମାଝୀ , ମୟାନିଧି ଦାସ, ହେମନ୍ତ ଜେନା ଆଦି ଉପସ୍ଥିତ ରହି ସଂଗଠନ ପକ୍ଷରୁ ନଗଦ ୫୦୦୦ ଟଙ୍କା, ଶୁଖିଲା ଖାଦ୍ୟ,ନୂତନ ଶୀତବସ୍ତ୍ର ,ନୂତନ ଲୁଗା, ମିଠା, ପନିପରିବା, ଏକ ମାସର ରାସନ ସମାଗ୍ରୀ ଯୋଗାଇ ଦେବା ସହ ସ୍ୱର୍ଗତ ସିଦ୍ଧାର୍ଥ ଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ସଂଗଠନର ଏପରି କାର୍ଯ୍ୟ କୁ ବୁଦ୍ଧିଜୀବୀ ମହଲରେ ଭୁରି ଭୁରି ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.