Home ଜିଲ୍ଲା ପରିକ୍ରମା ପ୍ରତି ଘରେ ସ୍ୱଦେଶୀ ବ୍ୟବହାର ପାଇଁ ଆହ୍ୱାନ,ଚାନ୍ଦବାଲିରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା

ପ୍ରତି ଘରେ ସ୍ୱଦେଶୀ ବ୍ୟବହାର ପାଇଁ ଆହ୍ୱାନ,ଚାନ୍ଦବାଲିରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା

9

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବିଜେପି ପକ୍ଷରୁ ଚାନ୍ଦବାଲି ଏନଏସି ବିଜୁ ସ୍ମୃତି ଭବନ ପରିସରରେ ଶୁକ୍ରବାର ଦିନ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନର ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଥିଲା। ପ୍ରଭାତି ୧୧ଟାରେ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ ସ୍ଥାନୀୟ ନେତାମାନେ ଓ କାର୍ଯ୍ୟକର୍ତାମାନଙ୍କ ଅପାର ସ୍ୱୀକୃତି ଦେଖାଯାଇଥିଲା। କାର୍ଯ୍ୟକ୍ରମଟି ବିଜେପି ଜିଲା ସାଧାରଣ ସମ୍ପାଦକ କମଳାକାନ୍ତ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲା ବିଜେପି ସଭାପତି ଭଗବାନ ପଣ୍ଡା ଯୋଗଦେଇଥିଲେ, ଯେଉଁଠି ସମ୍ମାନିତ ଅତିଥି ଭାବେ ପୂର୍ବ ଜିଲା ସଭାପତି ଓ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନର ଜିଲା ସଂଯୋଜକ ଅକ୍ଷୟ କୁମାର ସାହୁ ଅଂଶଗ୍ରହଣ କରିଥିଲେ। ଅତିଥିମାନଙ୍କ ବ୍ୟାଖ୍ୟାନର କେନ୍ଦ୍ରବିଂଦୁ ରହିଥିଲା ସ୍ୱଦେଶୀ ବ୍ୟବହାର, ସ୍ୱଦେଶୀ ଉତ୍ପାଦନ ଓ ସ୍ୱଦେଶୀ ବ୍ୟବସାୟକୁ ପ୍ରତ୍ୟେକ ଘରକୁ ପହଂଚାଇବା। ଘରେ ଘରେ ‘ସ୍ୱଦେଶୀ – ପ୍ରତି ଘରେ ସ୍ୱଦେଶୀ’ ନାରାକୁ ବ୍ୟାପକ ଭାବେ ପ୍ରଚାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତ ସ୍ୱପ୍ନ ସାକାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମରେ ନିର୍ବାଚନୀ ମଣ୍ଡଳୀ ସଂଯୋଜକ କିଶ୍ୱର ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର କୁମାର ରାଉଳ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ କୁମାର ରାଉଳ ସହ ଜିଲା ଓ ମଣ୍ଡଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ସେଥିସହ ପୂର୍ଣ୍ଣଚନ୍ଦ୍ର ପାଣି, କାଁହୁଚରଣ ବେହେରା, ଦେବେନ୍ଦ୍ର ନାୟକ, ମଣ୍ଡଳ ସଭାପତି ସନ୍ଦୀପ କୁମାର ନାୟକ, ଚନ୍ଦନ ବଳ, ପ୍ରବୀର ରାଉତ, ତ୍ରିଦୀବେଶ ପ୍ରଧାନ, ଅଜୟ ମହାନ୍ତି, ସମିତି ସଭ୍ୟ ପ୍ରିୟରଞ୍ଜନ ଜେନା, ସୁଶାନ୍ତ ପୁହାଣ, ମୁକ୍ତିକାନ୍ତ ନାୟକ, ସଂଗ୍ରାମ ମହାନ୍ତି, ଅତୁଲ ଜେନା, ଜଗନ୍ନାଥ ରାଉତ, ମିନକେତନ ବିଶ୍ୱାଳ, ଚନ୍ଦନ ରାଉତ, ବିଶ୍ୱନାଥ ସୂତାର, ମହେଶ୍ୱର ପ୍ରଧାନ, ଅର୍ଜିତ ପଣ୍ଡା, ବିଜୟ କୁମାର ବେହେରା, ମନୋଜ ଭଳ, ପିତାମ୍ବର ଦାସ, ବନ୍ଦିତା ଦାସ, ପ୍ରେମଳତା ବାରିକ, ନମିତା ଦାସ, ସସ୍ମିତା ଦାସ, ଅଞ୍ଜନା ମହଲା, ମିଡିଆ ସେଲର କିଷାନ ପାତ୍ର, ସୋସିଆଲ ମିଡିଆର ଅଶୋକ ରାଉତ ଓ ଉଦୟକେତନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.