Home ଜିଲ୍ଲା ପରିକ୍ରମା ପ୍ରତିଷ୍ଠା ସ୍ମାରକୀ ସମାରୋହ ପାଇଁ ପ୍ରଚାର ସମିତିର ପ୍ରସ୍ତୁତି ବୈଠକ

ପ୍ରତିଷ୍ଠା ସ୍ମାରକୀ ସମାରୋହ ପାଇଁ ପ୍ରଚାର ସମିତିର ପ୍ରସ୍ତୁତି ବୈଠକ

6

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଭଦ୍ରକର ପ୍ରତିଷ୍ଠା ସ୍ମାରକୀ ସମାରୋହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଦ୍ରକସ୍ଥ ଶ୍ରୀ ବାଳଗୋପାଳ ମନ୍ଦିରରେ ସମିତିର ମୁଖ୍ୟ ପରିଚାଳକ ପ. ଭାଗୀରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୨୫ବର୍ଷ ଧରି ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଅଂଚଳରେ ଅନୁଷ୍ଠିତ ହୋଇଆସୁଥିବା ଏହି ସମାରୋହ ୨୬ବର୍ଷ ପୂରଣ ହେବାକୁ ଯାଉଛି। ଯେହେତୁ ଏହା ଏକ ଭ୍ରାମ୍ୟ ମାତା ଆଧ୍ୟାତ୍ମିକ ଅନୁଷ୍ଠାନ ଭାବରେ ପଞ୍ଜିକୃତ ହୋଇଛି। ଶାସକୀୟ ନବବର୍ଷ ଜାନୁଆରୀ ପହିଲାରେ ଏହି ଉତ୍ସବ ‘ନେତ ଉତ୍ସବ’ ଭାବରେ ପାଳିତ ହୋଇଥାଏ। ଏଥିରେ ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ଶ୍ରୀ ଜଗନ୍ନାଥଙ୍କ ଷୋଡ଼ଶ ଉପଚାର ପୂଜା, ବିଶ୍ୱଶାନ୍ତି ଯଜ୍ଞ ଆଧ୍ୟାତ୍ମିକ ସଭା, ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ନଗର ପରିକ୍ରମା ସହ ନେତ ଉଡ଼ାଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଏହି କାର୍ଯ୍ୟକ୍ରମ ଭଦ୍ରକ ସହରସ୍ଥ ଅପର୍ତିବିନ୍ଧା ଶ୍ରୀଜଗନ୍ନାଥ ମନ୍ଦିରରେ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଅନୁଷ୍ଠିତ ହେବାକୁ ସ୍ଥିର କରାଗଲା। ଚଳିତ ମାସ ଡିସେମ୍ବର ମାସ ୩୧ ତାରିଖ ଅପରାହ୍ନରେ ଏକ ସେବକ ମିଳନ ମଂଚ ଓ ପରଦିନ ଜାନୁଆରୀ ପହିଲାରେ ପାରମ୍ପରିକ ରୀତିରେ ପ୍ରଚାର ସମିତିର ନେତ ଉତ୍ସବ ଏକ ଦୁଇ ଦିନିଆ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଗଲା। ଏହି ଉତ୍ସବରେ ଭଦ୍ରକର ଜିଲ୍ଲାପାଳଙ୍କୁ ଉଦ୍‌ଘାଟକ, ସ୍ଥାନୀୟ ବିଧାୟକଙ୍କୁ ମୁଖ୍ୟ ଅତିଥି ଓ ସନ୍ଥ ମୁକୁଳଜୀ ମହାରାଜଙ୍କୁ ମୁଖ୍ୟବକ୍ତା ସମେତ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବାକୁ ସ୍ଥିର କରାଗଲା। ଏହି ଆଲୋଚନା ସଭାରେ ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ, ସହ-ଆବାହକ ବାବୁଲାଲ ଦାସ, ବରିଷ୍ଠ ଉପଦେଷ୍ଟା ଶରତ ଚନ୍ଦ୍ର ମହାନ୍ତି, ସନ୍ତୋଷ କୁମାର ଦାଶ, ମଦନ ମୋହନ ମହାନ୍ତି, ସନେଇ ଶିଅଳ, ପ୍ରଶାନ୍ତ କୁମାର ଦେ, ନାରାୟଣ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀଧର ଖଟୁଆ,ସୁବାସ ଚନ୍ଦ୍ର ବଳ, ରାଜେନ୍ଦ୍ର ପ୍ରସାଦ ଅଗସ୍ତି, କାଶୀନାଥ ପଣ୍ଡା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ସହ ପରିଚାଳକ ସୁଦର୍ଶନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.