Home କେନ୍ଦୁଝର ପ୍ରତିଶୃତି ପରେ ଛାତ୍ରଛାତ୍ରୀଙ୍କ ଧାରଣ ହଟିଲା

ପ୍ରତିଶୃତି ପରେ ଛାତ୍ରଛାତ୍ରୀଙ୍କ ଧାରଣ ହଟିଲା

75

ଘଟଗାଁ,୨୨/୦୨(ଓଡିଆପୁଅ/ଭବାନୀ ପ୍ରସାଦ-ଘଟଗାଁ ବ୍ଲକ ଅନ୍ତର୍ଗତ ବାଲିଯୋଡି ଜିପି ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଗତକାଲି ପରିକ୍ଷା ବର୍ଜନ କରିବା ପାଇଁ ନିଷ୍ପତି ନେଇଥିଲେ । ପରିକ୍ଷା କେନ୍ଦ୍ର ପରିବର୍ତନ ନେଇ ପରିକ୍ଷା ବର୍ଜନ ନିଷ୍ପତି ସହ ସେମାନେ ଘଟଗାଁ ବିଇଓଙ୍କ ମାଧ୍ୟମରେ କେନ୍ଦୁଝର ଡିଇଓଙ୍କୁ ନିବେଦନ କରିଥିଲେ । ସୁଚନା ଥାଉକି ୨୩ କିମି ଦୂର ଢେଙ୍କିକୋଟ ଠାରେ ପରିକ୍ଷାକେନ୍ଦ୍ର ପଡିଥିବା କାରଣରୁ ଅସନ୍ତୋଷ ଦେଖାଦେଇଥିଲା । ଆର୍ଥିକ ସ୍ଥିତିନେଇ ମେସ କରି ପରିକ୍ଷା ଦେବାପାଇଁ ଅସମର୍ଥ ପ୍ରକାଶ କରିବା ସହ ପୂର୍ବରୁ ଜିଲ୍ଲାପାଳ ଓ ଶିକ୍ଷା ଅଧିକାରୀଙ୍କ ଗୁହାରୀ କରିଥିଲେ । ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ୩୮ ଜଣ ଛାତ୍ରଛାତ୍ରୀ ନିଷ୍ପତିରେ ଅଟଳ ରହି ଅଭିଭାବକ ମାନଙ୍କ ସହ ଆସି ଘଟଗାଁ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପରିକ୍ଷା କେନ୍ଦ୍ର ପରିବର୍ତନ ନହେବା ପର୍ଯ୍ୟନ୍ତ ଧାରଣାରେ ବସିରହିବେ ବୋଲି ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଥିଲେ । ଦିର୍ଘ ସମୟ ଧାରଣାରେ ବସିବା ପାରେ ଘଟଣା ସ୍ଥଳକୁ ଘଟଗାଁ ବିଡିଓ ବିଚିତ୍ର କର ଓ ସ୍ଥାନୀୟ କଛି ବୁଦ୍ଧିଜୀବି ପହଚିଁ ଛାତ୍ରଛାତ୍ରୀଙ୍କ ସହ ଅଲୋଚନା କରିଥିଲେ । ତେବେଚଳିତ ବର୍ଷ ପ୍ରଶ୍ନପତ୍ର ନିଦ୍ଧାରିତ ପରିକ୍ଷା କେନ୍ଦ୍ରରେ ପହଚିଁ ଯାଇଥିବା କାରଣରୁ କୌଣସି ମତେ କେନ୍ଦ୍ର ପରିବର୍ତନ ହୋଇପାରିବ ନାହିଁ ବୋଲି ଉଭୟ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଅକ୍ଷମତା ପ୍ରକାଶ କରିଥିଲେ । କିନ୍ତୁ ପିଲାମାନଙ୍କ ଯାହାଆସ ଓ ମେସ ଖର୍ଚ୍ଚ ପ୍ରଶାସନ ବହନ କରିବା ବୋଲି କହିଥିଲେ ଏଥିସହିତ ଆଗାମି ବର୍ଷରୁ ନିକଟତର କେନ୍ଦ୍ରରେ ପରିକ୍ଷା ଦେବାର ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେବା ପରେ ଧାରଣା ହଟିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.