Home ଜିଲ୍ଲା ପରିକ୍ରମା ପ୍ରତାପ ପଣ୍ଡାଙ୍କ ୧୪ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ, ଶ୍ରମିକ ଦରଦ ଥିଲା ପ୍ରତାପଙ୍କ ଆଖିର...

ପ୍ରତାପ ପଣ୍ଡାଙ୍କ ୧୪ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ, ଶ୍ରମିକ ଦରଦ ଥିଲା ପ୍ରତାପଙ୍କ ଆଖିର ଲୁହ

16

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବ ଭାରତୀୟ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଷ୍ଟ୍ରୀୟ କାର୍ଯ୍ୟକର୍ତା, ଅଖିଳ ଭାରତୀୟ ଖଣିଜ ଧାତୁ ମଜଦୂର ମହାସଂଘର ରାଷ୍ଟ୍ରିୟ ସହସମ୍ପାଦକ ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ୧୪ତମ ଶ୍ରାଦ୍ଧ ସମାରୋହ ଭଦ୍ରକ ସହର ସ୍ଥିତ ଶହୀଦ୍ ସ୍ମୃତି ଭବନ (ଟାଉନ ହଲ) ଠାରେ ଆଜି ଅନୁଷ୍ଠିତ ହୋଇ ଯାଇଛି। ସକାଳେ ବିଷ୍ଣୁପୁର ଛକ ସ୍ଥିତ ସ୍ୱର୍ଗତ ପଣ୍ଡାଙ୍କ ପ୍ରତିମୂର୍ତିରେ ବହୁ ବୁଦ୍ଧିଜୀବୀ, ଭାରତୀୟ ମଜଦୂର ସଂଘର କର୍ମକର୍ତା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ବାଢିଥିଲେ। ପରେ ପ୍ରତାପ ପଣ୍ଡା ସ୍ମୃତି ସଂସଦ ଆନୁକୂଲ୍ୟରେ ଟାଉନହଲ (ଶହୀଦ୍ ସ୍ମୃତି ଭବନ)ରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ମୃତି ସଂସଦର ସଭାପତି ପୂର୍ଣ୍ଣଚନ୍ଦ୍ର ଖିଲାରଙ୍କ ପୌରୋହିତ୍ୟ ଏବଂ ପ୍ରଧାନ ଶିକ୍ଷକ ବିଜୟ ମିଶ୍ରଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବରେଣ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ମୁଖ୍ୟବକ୍ତା ଭାବେ ‘ନିର୍ଭୟ’ ର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସ, ବିଶିଷ୍ଟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭାରତୀୟ ମଜଦୂର ସଂଘର ରାଜ୍ୟ ସଭାପତି ଯୋଗ ଦେଇ ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ପଣ୍ଡା ଛାତ୍ର ଜୀବନରୁ ସମାଜର ତଳ ଶ୍ରେଣୀ ଲୋକମାନଙ୍କ ହକ୍ ପାଇଁ ଲଢ଼େଇ ଆରମ୍ଭ କରିଥିଲେ। ଭାରତୀୟ ମଜଦୂର ସଂଘ ସହିତ ସାମିଲ ହୋଇ ସର୍ବଭାରତୀୟ କାର୍ଯ୍ୟକର୍ତା ଭାବେ ନିଜର ପ୍ରତିଭାର ପରିଚୟ ଦେଇଥିଲେ। ଅଦମ୍ୟ ସାହସ, ନିର୍ଭୀକତା, ପ୍ରବଳ ଇଚ୍ଛାଶକ୍ତି ତାଙ୍କୁ କେବେ ହାର ମାନିବାକୁ ଦେଇ ନଥିଲା। ପ୍ରତାପ ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ। ସଂଘୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଏକ ସଡ଼କ ଦୁର୍ଘଟଣାରେ ୨୦୧୧ ମସିହା ଅଗଷ୍ଟ ୨୩ ତାରିଖରେ ତାଙ୍କର ନାଗପୁର ଠାରେ ଦେହାନ୍ତ ହୋଇଥିଲା। ତାଙ୍କ ନିଧନ ସମଗ୍ର ଶ୍ରମିକ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି, କିଛି ମହାମନିଷୀ ସ୍ୱଳ୍ପ ସମୟ ପାଇଁ ଧରାପୃଷ୍ଠକୁ ଆସିଥିଲେ, ସେମାନେ ସମାଜ ପାଇଁ କିଛି ଛାପ ଛାଡ଼ି ଯାଇଛନ୍ତି। ସେହିଭଳି ପ୍ରତାପ ପଣ୍ଡା ମଧ୍ୟ ସ୍ୱଳ୍ପ ସମୟ ମଧ୍ୟରେ ସମଗ୍ର ଦେଶ ପାଇଁ ଶ୍ରମିକ ସଂଗଠନ ଜରିଆରେ ମହନୀୟ ବାର୍ତା ଛାଡ଼ି ଯାଇଛନ୍ତି ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଉପଲକ୍ଷେ ଗତ ୨୦ ତାରିଖରେ ଚିଙ୍ଗୁଡ଼ିପୁର ଗ୍ରାମର ଚିଙ୍ଗୁଡ଼ିଶୁଣି ମନ୍ଦିର ରାସ୍ତାରେ ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ ପ୍ରତିଭା ଭାବେ ବିଶିଷ୍ଟ ଉଦ୍ୟୋଗପତି ଭାବେ ମନୋଜ ନାୟକ, ଶିକ୍ଷକ ସମରେନ୍ଦ୍ର ମିଶ୍ର, ପୂର୍ବତନ ବିଏମ୍‌ଏସ୍‌ର ଜିଲ୍ଲା ସମ୍ପାଦକ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନର ସଦସ୍ୟ ବିଜୟ ଭୂଷଣ ନାୟକ, ଭଦ୍ରକ ଜିଲ୍ଲା ଅଙ୍ଗନବାଡ଼ି ସଂଘର ପ୍ରମିଳା ପାଢ଼ୀ, ସମାଜେସେବୀ ପାର୍ଥ ସାରଥୀ ନାୟକ, ଆଦର୍ଶ କୃଷକ ଉଦୟନାଥ କର, କୃତି ଛାତ୍ର ସଦାନନ୍ଦ ପଣ୍ଡା ପ୍ରମୁଖଙ୍କୁ ସଂସଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଭାରତୀୟ ମଜଦୂର ସଂଘ ଜିଲ୍ଳା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ପରେଶ ନାଥ ଧଳ, ବସନ୍ତ ରାଉତ, ବିଦ୍ୟାଧର ସେଠୀ, କମଳାକାନ୍ତ ସାହୁ, ଅଶୋକ ନାୟକ, ବିଶ୍ୱନାଥ ଜେନା, ଲକ୍ଷ୍ମୀପ୍ରିୟା ପାତ୍ର, ସନ୍ଧ୍ୟାରାଣୀ ପହି, ବସନ୍ତ ବଳ, ତପନ ପାତ୍ର, ଯୋଗେଶ୍ୱର ଦାସ, ବିକାଶ ସାମଲ, ଶାନ୍ତନୁ ମହାପାତ୍ର, ରାମଚନ୍ଦ୍ର ରାଉତ, ସୁରେନ୍ଦ୍ର କୁମାର ନାୟକ, ପ୍ରଦୀପ କୁମାର ପଣ୍ଡା, ଅରୁଣ ଖିଲାର, ପୂର୍ଣ୍ଣଚନ୍ଦ୍ର ସେଠୀ, ଜୀବନ ପଣ୍ଡା, ଜ୍ୟୋତିପ୍ରକାଶ ଦାସ, ନିର୍ମଳ ସ୍ୱାଇଁ, ବିଜୟ ଖିଲାର, ଗଣେଶ୍ୱର ସାହୁ, ଅମୂଲ୍ୟ କୁମାର ନାୟକ, ଭ୍ରମର ନାୟକ, ଚନ୍ଦ୍ରଶେଖର ଜେନା, ମନୋଜ ଲେଙ୍କା, ବିଭୁତି ପାଣିଗ୍ରାହୀ, ବିଜୟପ୍ରତାପ ଜେନା, ପ୍ରଫୁଲ୍ଲ ନାୟକ, ତପନ ପଣ୍ଡା, ବିପିନ୍ ମିଶ୍ର, ସୁଶାନ୍ତ ନାୟକ, ସ୍ମିତା ନାୟକ, ମମତା ବାରିକ, ସଞ୍ଜୁଲତା ରାଉତ, ନିରୂପମା ପାତ୍ର, ପ୍ରମୁଖ ପରିଚାଳନା କରିଥିଲେ। ସମ୍ପାଦକ ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡା ପାଥମିକ ସୂଚନା, ସୁରେଶ ସାମଲ ଅତିଥି ପରିଚୟ, ଯୋଗେଶ୍ୱର ଦାସ (ରାୟଗଡ଼ା) ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ମୁକ୍ତିକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂର୍ଯ୍ୟସ୍ନାତା ବସନ୍ତରାୟ, ଚିରଞ୍ଜିବ ପଣ୍ଡା, ସାଇ ଜନ୍ମେଜୟ ମିଶ୍ର ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.