Home ଜିଲ୍ଲା ପରିକ୍ରମା ପ୍ରତାପ ଚନ୍ଦ୍ର ଧଳ ଚାନ୍ଦବାଲି ବ୍ଲକ ବିଜେଡି ସଭାପତି ଭାବେ ମନୋନୀତ

ପ୍ରତାପ ଚନ୍ଦ୍ର ଧଳ ଚାନ୍ଦବାଲି ବ୍ଲକ ବିଜେଡି ସଭାପତି ଭାବେ ମନୋନୀତ

21

ଭଦ୍ରକ, ୩୦ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତା ଦଳ ପୁନଃ ପ୍ରତାପ ଚନ୍ଦ୍ର ଧଳ ଙ୍କୁ ଚାନ୍ଦବାଲି ବ୍ଲକର ସଭାପତି ଭାବେ ମନୋନୀତ କରିଛି।ସେ ଦୀର୍ଘ ଦିନ ହେବ ବିଜୁ ଜନତା ଦଳ ସହ ଓତ ପ୍ରୋତ ଭାବେ ଜଡିତ ରହି ଆସୁଥିବା ବେଳେ ୧୯୯୭ ମସିହାରେ ସେ ରାଜନୀତି ରେ ପାଦ ଥାପିଥିଲେ। ୧୯୮୪ ମସିହାରେ ଯଶିପୁର ସେବା ସମବାୟ ସମିତି ରେ ସଭାପତି, ୧୯୮୬ ମସିହାରୁ ଆଜି ପର୍ଯ୍ୟନ୍ତ ଚାନ୍ଦବାଲି ନିୟନ୍ତ୍ରିତ ବଜାର କମିଟି ର ସଭାପତି, ୧୯୯୩ -୧୯୯୭ ଯଶିପୁର ପଂଚାୟତ ସରପଂଚ, ୨୦୦୨ ମସିହାରେ ନୂଆଗାଁ ପଂଚାୟତ ର ସମିତି ସଭ୍ୟ, ୨୦୦୭ ମସିହାରେ ରେ ଯଶିପୁର ପଂଚାୟତ ସରପଂଚ, ୧୯୯୭-୧୯୯୯ ପର୍ଯ୍ୟନ୍ତ ଚାନ୍ଦବାଲି ପଂଚାୟତ ସମିତି ର ଉପ ସଭାପତି, ୧୯୯୯-୨୦୧୯ ପର୍ଯ୍ୟନ୍ତ ଚାନ୍ଦ ବାଲି ବ୍ଲକ ସଭାପତି, ୧୯୯୯-୨୦୧୫ମସିହା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳ ର ଟ୍ରେଜର ର ଭାବେ , ୨୦୧୫ ରୁ ଆଜି ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ବିଜେଡି ର ଉପ ସଭାପତି ଭାବେ କାର୍ଯ୍ୟ କରି ଆସିବା ସହ ଓଡିଶା ଖାଉଟି ସମବାୟ ମହାସଂଘ ଲିମିଟେଡ଼ ରାଜ୍ୟ ସଭାପତି ଭାବେ ନିଜର ଦକ୍ଷତା ପ୍ରତି ପାଦନ କରି ଆସୁଛନ୍ତି। ଫଳରେ କେବଳ ଚାନ୍ଦବାଲି ବ୍ଲକ କିମ୍ବା ଭଦ୍ରକ ଜିଲ୍ଲା ରେ ନୁହେଁ ସାରା ରାଜ୍ୟ ରେ ସେ ଜଣେ ବିଜେଡି ର ଆଗ ଧାଡି ର ନେତା ଭାବେ ଜଣାଶୁଣା।ସେ ସାଧାରଣ ଜନତା ଙ୍କ ର ସୁଖ ଦୁଃଖରେ ଭାଗିଦାର ହୋଇ ଆସୁଥିବା ବେଳ ଆଜି ପୁନଃ ତାଙ୍କୁ ଚାନ୍ଦବାଲି ବ୍ଲକ ର ସଭାପତି ଭାବେ ମନୋନୀତ କରାଯାଇଛି ବୋଲି ଭଦ୍ରକ ଜିଲ୍ଲା ବିଜେଡି ପକ୍ଷରୁ ପ୍ରକାଶ। ଏହି ଖବର ଶୁଣିବା ପରେ ତାଙ୍କୁ ଚାନ୍ଦବାଲି ଠାରେ ଥିବା ଦଳୀୟ କାର୍ଯ୍ୟଳୟ ରେ ବହୁ ବିଜେଡି ସରପଂଚ ସମିତି ସଭ୍ୟ ସଭ୍ୟା ମାନେ ଭେଟି ଶୁଭେଚ୍ଛା ଜଣାଇଥିଲେ। ଏବଂ ସେ ପୁନଃ ଚାନ୍ଦବାଲି ବ୍ଲକ ର ବିଜେଡି ସଭାପତି ଭାବେ ମନୋନୀତ ହୋଇ ଥିବାରୁ ସେ ମଧ୍ୟ ଏଥିପାଇଁ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ରାଜ୍ୟ ବିଜେଡି ର ନେତୃବୃନ୍ଦ ଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଆଗାମୀ ଦିନରେ ସମସ୍ତ ଜନସାଧାରଣ ଙ୍କ ସୁଖ ଦୁଃଖ ରେ ସେ ଓତ ପ୍ରୋତ ଭାବେ ରହି କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ବଦ୍ଧ ବୋଲି ନିଜ ର ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.