ଭୁବନେଶ୍ୱର, ୩୧-୦୮(ଓଡ଼ିଆ ପୁଅ) : ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛି ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ’। ସ୍ୱର୍ଗତ ମୁଖାର୍ଜୀ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଥିଲେ। ରାଷ୍ଟ୍ରପତି ହେବା ପୂର୍ବରୁ ସେ ସାଂସଦ, ପ୍ରତିରକ୍ଷା, ବୈଦେଶିକ ଓ ଅର୍ଥମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିଲେ। ଦେଶ ହିତରେ ସେ ଅନେକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ମୃତ୍ୟୁବେଳକୁ ସ୍ୱର୍ଗତ ମୁଖାର୍ଜୀଙ୍କୁ ୮୪ ବର୍ଷ ହୋଇଥିଲା। ଅନୁଷ୍ଠାନ ତରଫରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ପ୍ରକାଶ କରାଯାଇଛି।