ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) – ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ର ରୁକ୍ମିଣୀ ଅମାବାସ୍ୟା ଆସର ପାଳିତ ହୋଇଯାଇଛି। ବରିଷ୍ଠ ଅଧିବକ୍ତା ଅଗଣି ଚରଣ ଜେନାଙ୍କ ସଭାପତିତ୍ୱରେ ମଞ୍ଚାସୀନ ଥିଲେ ‘ଆମେ’ର ପୂର୍ବତନ ସଭାପତି ଲଲାଟେନ୍ଦୁ ମହାନ୍ତି, ଅବସରପ୍ରାପ୍ତ ଫେକର ଡିଜିଏମ୍ ଗଙ୍ଗାଧର ମଲ୍ଲିକ ଓ ମୁଖ୍ୟବକ୍ତା ଥିଲେ ଡ. କ୍ଷୀରୋଦ ଚନ୍ଦ୍ର ସାମଲ। ରୁକ୍ମିଣୀ ଅମାବାସ୍ୟାର ପୃଷ୍ଠଭୂମି ପ୍ରେମ ଉପରେ ପର୍ଯ୍ୟବେଶିତ ଥିବାରୁ ‘ସାମ୍ପ୍ରତିକ ପ୍ରେମର ପରିଭାଷା’ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପଦକ ତଥା ଆସରର ଆବାହକ ପ୍ରଫେସର ଅଟଳ ବିହାରୀ ନାୟକ ଆଲୋଚନାର ଅଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଆଷଲାଚନାରେ ପ୍ରମୁଖ ବକ୍ତା ଭାବେ ଡ. ଗୋଲକ ବିହାରୀ ସାହୁ, ଅଶ୍ୱିନୀ କୁମାର ମହାନ୍ତି, ଅରୁଣ କୁମାର ରାୟ, ଅନୁଷ୍ଠାନର ସଭାପତି ଡ. ରାମଚନ୍ଦ୍ର ପଣ୍ଡା, ପ୍ର. ଶିବ ଚରଣ ଖାମୁରାଇ, ପ୍ରାଧ୍ୟାପିକା ଉଷାରାଣୀ ଜେନା ପ୍ରମୁଖ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ଉପସଭାପତି ଜଗନ୍ନାଥ ରାଉତ, ସମ୍ପାଦକର ପ୍ରଭାର ପରିଡ଼ା, ସହସମ୍ପାଦକ ଅଧ୍ୟାପକ ଅମିତ କୁମାର ନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ‘ଆମେ’ ଅନୁଷ୍ଠାନର ମିଡ଼ିଆ ସେଲ୍ କର୍ମକର୍ତା ପ୍ରତାପ କୁମାର ଦାସ ଓ ଶିବାନନ୍ଦ ଦାସ ଉତ୍ସବ ପରିଚାଳନାରେ ସହାୟତା କରିବା ସହିତ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ବିଷୟବକସ୍ତୁ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଯୁବକବି ଅଂଶୁମାନ ସାହୁ, ଯୁବ ସମାଜସେବୀ ରଜତ ସାହୁ ଏବଂ ଯୁବ ଗୀତିକାର ଅରୂପାନନ୍ଦ ନାୟକ, ଦିଲିପ କୁମାର ନାୟକ ସ୍ୱରଚିତ କବିତା ପାଠ କରିଥିଲେ। ଅମିତ କୁମାର ନାୟକ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ଶେଷ ହୋଇଥିଲା।








