Home ଜିଲ୍ଲା ପରିକ୍ରମା ପ୍ରଜ୍ଞାପୀଠରେ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରଜ୍ଞାପୀଠରେ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

24

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଲେଜ ପରିସରରେ ପ୍ରଜ୍ଞାପୀଠ ଠାରେ ମଧୁବାବୁଙ୍କ ୧୭୪ତମ ଜୟନ୍ତୀ ଓ ପଦ୍ମଭୂଷଣ ସ୍ୱର୍ଗତ ମନୋଜ ଦାସଙ୍କ ମହାପ୍ରୟାଣ ଜନିତ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଲଲାଟେନ୍ଦୁ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଫୁଲମତି ହେମ୍ବ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ସାହୁ, ମୁଖ୍ୟ ଅତିଥି ଭାବେ ମଞ୍ଚାସିନ ଥିଲେ ବିଶିଷ୍ଟ ଶିଳ୍ପପତି ଏବଂ ଭଦ୍ରକ ଜିଲ୍ଲା ଲାୟନ୍ସ କ୍ଳବର ସଭାପତି ଅଶୋକ କୁମାର ମହାନ୍ତି, ଅନ୍ୟତମ ଅତିଥି ନାଟ୍ୟଶ୍ରୀ ନିର୍ମଳ ରାଉତ କୋଭିଡ଼ର କଟକଣାକୁ ଦୃଷ୍ଟିରେ ରଖି ସଂକ୍ଷିପ୍ତ ବକ୍ତବ୍ୟ ରଖଥିଲେ । ଆଡଭୋକେଟ ଅମିତାବାଳା ଅଚାର୍ଯ୍ୟ, ଡ. ଅବନୀ ପ୍ରଦାନ, ଶିକ୍ଷାବିତ୍ କୈଳାସ ଚନ୍ଦ୍ର ଜେନା, ଡାକ୍ତର ରବିନାରାୟଣ ମହାପାତ୍ର, ବରିଷ୍ଠ ଆଇନଜୀବୀ ତଥା ପ୍ରଗତିଶୀଳ ସାହିତ୍ୟ ପରିଷଦର ସଭାପତି ଗିରିଧାରୀ ନାଥ, ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ ପ୍ରମୁଖ ସ୍ୱର୍ଗତ ମନୋଜ ଦାସଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ପ୍ରଫେସର ଅଟଳ ବିବହାରୀ ନାୟକଙ୍କ ଆବାହକତ୍ୱରେ ଏବଂ ସଂଯୋଜନାରେ ଉଭୟ ମଧୁବାବୁ ଜୟନ୍ତୀ ଓ ମନୋଜ ଦାସଙ୍କ ମହାପ୍ରୟାଣ ସଭା ଅନୁଷ୍ଠିତ ହୋଇଥିଲା । ଶେଷରେ ‘ଆମେ’ ସଂଗଠନର କର୍ମକର୍ତ୍ତା ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.