Home ଜିଲ୍ଲା ପରିକ୍ରମା ପ୍ରଜ୍ଞାପୀଠରେ ତ୍ରିବେଣୀ ଅମାବାସ୍ୟା ପାଳିତ

ପ୍ରଜ୍ଞାପୀଠରେ ତ୍ରିବେଣୀ ଅମାବାସ୍ୟା ପାଳିତ

3

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ ର ‘ତ୍ରିବେଣୀ’ ଅମାବାସ୍ୟା ଆସର ପ୍ରଜ୍ଞାପୀଠରେ ପାଳିତ ହୋଇଯାଇଛି। ଏ ବର୍ଷର ତ୍ରିବେଣୀ ଅମାବାସ୍ୟାର ଗୁରୁତ୍ୱ ଉପରେ ବକ୍ତାମାନେ ପର୍ଯ୍ୟାପ୍ତ ଆଲୋଚନା କରି କହିଥିଲେ ଯେ ୧୪୪ବର୍ଷ ପରେ କୁମ୍ଭମେଳାରେ ପୂର୍ଣ୍ଣ କୁମ୍ଭ ସ୍ନାନର ସୁଯୋଗ ପାଇବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ସାଧୁସନ୍ଥଙ୍କର ସମାଗମ ସଙ୍ଗମ ସ୍ଥଳରେ ହୋଇଛି। ଅନୁଷ୍ଠାନର ନୂତନ ସଭାପତି ପ୍ର. ଡ. ରାମଚନ୍ଦ୍ର ପଣ୍ଡା ଓ ସମ୍ପାଦକ ଶିକ୍ଷକ ନେତା ପ୍ରଭାକର ପରିଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସାହିତ୍ୟ ଆସରର ସ୍ମୃତିଫଳକ ‘ଆମେ’ ଉନ୍ମୋଚନ ହୋଇଥିଲା। ସଭାମୁଖ୍ୟ ଭାବେ ବରିଷ୍ଠ ଅଧିବକ୍ତା ଅଗଣୀ ଚରଣ ଜେନା ମଂଚ ସଂଚାଳନ କରିଥିଲେ। ମଂଚାସୀନ ଥିଲେ ଡ. ହରେକୃଷ୍ଣ ମହତାବ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ର. ଡ. ଦେବେନ୍ଦ୍ର ନାଥ ଧନୀ, ଧାମନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଭାନୁମତୀ ମାଟିଆ, ଫୁଲମତୀ ହେମ୍ବ୍ରମ୍ ପଡିଆବେଢା ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଓ ବିଶିଷ୍ଟ ସ୍ତମ୍ଭକାର ଡ. ପ୍ରଫୁଲ୍ଲ କୁମାର ସାହୁ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅବନୀକାନ୍ତ ପ୍ରଧାନ, ଚର୍ଚ୍ଚିକା ମହାପାତ୍ର, ଆଡଭୋକେଟ ହେମନ୍ତ ନାୟକ, ଜଗନ୍ନାଥ ରାଉତ, ଅମ୍ବିକା ଦାସ, ଲକ୍ଷ୍ମୀକାନ୍ତ ବାରିକ, କୈଳାଶ ଚନ୍ଦ୍ର ଜେନା, ଜଗବନ୍ଧୁ ବାରିକ, ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ, ତନୁଶ୍ରୀ ନାୟକ, ମାଧବୀ ଲତା ନାୟକ, ଯୁବ କବି ଅକ୍ଷୟ କୁମାର ଜେନା, ଆଦ୍ୟାଶା ନାୟକ, ଆରାଧ୍ୟା ନାୟକ, ଅବସରପ୍ରାପ୍ତ ଫେକର ଅଧିକାରୀ ଗଙ୍ଗାଧର ମଲିକ, ସାମ୍ବାଦିକ ଓମ୍ ପ୍ରକାଶ ମିଶ୍ର, ସାମ୍ବାଦିକ ଶିବାନନ୍ଦ ଦାସ, ଗୟାଧର ରାଉତ, କାହ୍ନୁ ଚରଣ ପଣ୍ଡା, ପ୍ରଫୁଲ୍ଲ ଦାସ, ଭଦ୍ରକ କଳା ସଂସ୍କୃତି ମଂଚ ଉପସଭାପତି ତ୍ରିଲୋଚନ ପଣ୍ଡା, ପିତାମ୍ବର ବାରିକ, ତ୍ରିବେଣୀ ଅମାବାସ୍ୟା ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ପୂର୍ବତନ ସମ୍ପାଦକ ପ୍ର. ଅଟଳ ବିହାରୀ ନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.