Home ଜିଲ୍ଲା ପରିକ୍ରମା ପ୍ରଜାପିତା ବ୍ରହ୍ମାବାବାଙ୍କ ୫୨ତମ ସ୍ମୃତି ଦିବସ ପାଳିତ

ପ୍ରଜାପିତା ବ୍ରହ୍ମାବାବାଙ୍କ ୫୨ତମ ସ୍ମୃତି ଦିବସ ପାଳିତ

84

ନୟାଗଡ଼, ୨୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ନୟାଗଡ଼ ମୁଖ୍ୟକେନ୍ଦ୍ର ଠାରେ ପ୍ରଜାପିତା ବ୍ରହ୍ମାବାବାଙ୍କ ୫୨ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଇଶ୍ୱରୀୟ ଭାଇଭଉଣୀମାନଙ୍କୁ ନେଇ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ କେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ମିନି ଦିଦି ଅଧ୍ୟକ୍ଷତା କରିଥିଲାବେଳେ ମଧୁବନ(ମାଉଂଟ ଆବୁ)ର ବ୍ରହ୍ମାକୁମାର ସୁରେନ୍ଦ୍ର ଭାଇ ବ୍ରହ୍ମାବାବାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି ସ୍ମୃତି ସଭାରେ ବ୍ରହ୍ମାକୁମାର ନୀରଂଜନ ଭାଇ ଓ ଗୋକୁଳ ଭାଇ ପ୍ରମୁଖ ଯୋଗଦେଇ ବ୍ରହ୍ମାବାବାଙ୍କ ସ୍ମୃତି ଚାରଣ କରିଥିଲାବେଳେ ନୟାଗଡ଼ ଜିଲାର ବିଭିନ୍ନ ଇଶ୍ୱରୀୟ କେନ୍ଦ୍ରର ଭାଇ ଭଉଣୀମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.