Home ଜିଲ୍ଲା ପରିକ୍ରମା ପ୍ରଚାର ସମିତି ପଞ୍ଜିକୃତ ସଂକୀର୍ତନ ମଣ୍ଡଳୀ ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରାରେ ସାମିଲ

ପ୍ରଚାର ସମିତି ପଞ୍ଜିକୃତ ସଂକୀର୍ତନ ମଣ୍ଡଳୀ ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରାରେ ସାମିଲ

15

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକ ଅଧିନରେ ପଞ୍ଜିକୃତ ହୋଇଥିବା ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରୁ ସାତ ଗୋଟି ସଂକୀର୍ତନ ମଣ୍ଡଳୀ ସମିତିର ମୁଖ୍ୟ ଆବାହକ ଶ୍ରୀ ଶରତ କୁମାର ସାହୁ ଓ ସହ ଆବାହକ ଶ୍ରୀ ବାବୁଲାଲ ଦାସଙ୍କ ନେତୃତ୍ୱରେ ପୁରୀରେ ପଞ୍ଜିକୃତ ହୋଇଥିବା ଶ୍ରୀ ଜଗନ୍ନାଥ ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦରେ ସାମିଲ ହୋଇ ଶ୍ରୀକ୍ଷେତ୍ରର ଭଉଁରୀ ଯାତ୍ରାରେ ଶ୍ରୀମନ୍ଦିର ରୁ ନରେନ୍ଦ୍ର ପୋଖରୀ ପର୍ଯ୍ୟନ୍ତ ସଂକୀର୍ତନ ଯାତ୍ରାରେ ସହଯୋଗ କରି ନିଜକୁ କୃତ୍ୟକୃତ୍ୟ ମନେ କରିଛନ୍ତି। ଏହି ସେବା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀର୍ଘ ୧୨ବର୍ଷ ଧରି ସମିତି ପକ୍ଷରୁ ପ୍ରଚଳିତ ହୋଇଆସୁଅଛି। ସେବା ବିକାଶ ପରିଷଦର ରାଜ୍ୟ ସଭାପତି ଦିଗମ୍ବର ମହାନ୍ତି ଅବସରପ୍ରାପ୍ତ ଆଇ.ଏ.ଏସ୍ ସଂପାଦକ ଡ. ଜଟାଧାରୀ ମିଶ୍ରଙ୍କ ଆହ୍ୱାନ କ୍ରମେ ଯୋଗଦାନ କରିଥିବାରୁ ସେମାନଙ୍କୁ ଅଜସ୍ର ସାଧୁବାଦ ଜଣାଇଥିଲେ। ଭଦ୍ରକ ଜିଲ୍ଲା ପକ୍ଷରୁ ଶ୍ରୀ ଗୋପାଳଜୀୟୁ ସଂକୀର୍ତନ ମଣ୍ଡଳୀ, ଶ୍ରୀବାଲୁକେଶ୍ୱର ସଂକୀର୍ତନ ମଣ୍ଡଳୀ, ମାଧବେଶ୍ୱର ସଂକୀର୍ତନ ମଣ୍ଡଳୀ, ଶ୍ରୀବାଲୁକେଶ୍ୱର ମହିଳା ସଂକୀର୍ତନ ମଣ୍ଡଳୀ, ତିହିଡି ଓ ଦେବଦାସୀ ସଂକୀର୍ତନ ମଣ୍ଡଳୀ, ବାସୁଦେବପୁର ଓ ବାଲେଶ୍ୱର ଜିଲ୍ଲା ପକ୍ଷରୁ ଶ୍ରୀକ୍ଷେତ୍ରବାସୀନୀ ମହାଲକ୍ଷ୍ମୀ ସଂକୀର୍ତନ ମଣ୍ଡଳୀ, ଓ ମା ମାହେଶ୍ୱରୀ ସଂକୀର୍ତନ ମଣ୍ଡଳୀ ଓ ସାଇଶକ୍ତି ମହିଳା ସଂକୀର୍ତନ ମଣ୍ଡଳୀରେ ଯଥାକ୍ରମେ ଶ୍ରୀ ଲକ୍ଷ୍ମୀକାନ୍ତ ଶତପଥୀ ଓ ଗୋବର୍ଦ୍ଧନ ନାୟକ, ନୃତ୍ୟ ଗୋପାଳ ନାୟକ, ଦୁର୍ଗା ଚରଣ ନାୟକ ଓ ପୁଷ୍ପାରାଣୀ ଦାସ ଏବଂ ତ୍ରିଲୋଚନ ବିନ୍ଧାଣୀ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.