Home ଜିଲ୍ଲା ପରିକ୍ରମା ପ୍ରଗତିଶୀଳ ଚିନ୍ତାଧାରାକୁ ବିଶ୍ୱାସ କରୁଥିଲେ ପ୍ରଦ୍ୟୁମ୍ନ ବଳ, ଧାମନଗରରେ ଜିଲ୍ଳାସ୍ତରୀୟ ପ୍ରଦ୍ୟୁମ୍ନବଳ ଜୟନ୍ତୀ ପାଳିତ

ପ୍ରଗତିଶୀଳ ଚିନ୍ତାଧାରାକୁ ବିଶ୍ୱାସ କରୁଥିଲେ ପ୍ରଦ୍ୟୁମ୍ନ ବଳ, ଧାମନଗରରେ ଜିଲ୍ଳାସ୍ତରୀୟ ପ୍ରଦ୍ୟୁମ୍ନବଳ ଜୟନ୍ତୀ ପାଳିତ

60

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମ୍ବାଦିକ ମାନେ ନିଜର ନିଷ୍ଠାପରତା ଓ କର୍ତ୍ତବ୍ୟ ପରାୟଣ ସହିତ କାର୍ଯ୍ୟ ସମ୍ପାଦନା କରିବା ଦରକାର । ଯଦି ଗଣମାଧ୍ୟମରେ ନିରପେକ୍ଷତା ନରହିବ ତେବେ ସମାଜ କଳୁଷିିତ ହେବ । ନିଜର ନିଷ୍ଠା, ଉଦ୍ଦ୍ୟମ ଯୋଗୁ ଜଣେ ଭଲ ସାମ୍ବାଦିକ ହୋଇ ପାରିବେ । ପ୍ରଦ୍ୟୁମ୍ନ ବଳ ପ୍ରଗତୀଶୀଳ ଚେତନାରେ ବିଶ୍ୱାସ କରୁଥିଲେ । ସମାଜରେ କୁତ୍ସିତ ପ୍ରଥା ଓ ଦୀନଦରିଦ୍ରଙ୍କ ପାଇଁ ସେ ନିଜର ଲେଖନୀ ଚଳାଇ ଆସୁଥିଲେ । ଆଜି ସେ ସମଗ୍ର ସାମ୍ବାଦିକଙ୍କ ପାଇଁ ଉଦାହରଣ ହୋଇ ରହିଛନ୍ତି ବୋଲି ପ୍ରଗତିବାଦୀର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୮୯ତମ ଜନ୍ମଜୟନ୍ତୀ ଓ ଜିଲ୍ଳା ସ୍ତରୀୟ ୨୩ତମ ପ୍ରଦ୍ୟୁମ୍ନ ବଳ ସ୍ମୃତି ପରିଷଦର ବାର୍ଷିକ ଉତ୍ସବ ସମାରୋହରେ ଅତିଥିମାନେ ଯୋଗଦେଇ ନିଜର ମତବ୍ୟକ୍ତ କରିଥିଲେ । ଧାମନଗର ସ୍ଥିତ ଡ଼ଃ. ଅବଦୁଲ କାଲାମ ପାଠାଗାର ସଭାଗୃହରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବରେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ପ୍ରଦ୍ୟୁମ୍ନ ବଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅଧ୍ୟାପକ ଚିତ୍ତରଂଜନ ଦାଶଙ୍କ ସଭାପତିତ୍ୱ କରିଥିଲେ ।

ଏହି ଅବସରରେ ଉଦ୍‌ଘାଟକ ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ସମେତ ମୁଖ୍ୟ ଅତିଥି ଭଦ୍ରକ ଜିଲ୍ଲା ସଂସ୍କୃତି ଓ ଲୋକ ସମ୍ପର୍କ ଅଧିକାରୀ ରମେଶଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଠ ପ୍ରାବନ୍ଧିକ ପବିତ୍ର ପାଣିଗ୍ରାହୀ, ବରେଣ୍ୟ ଅତିଥି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସମ୍ମାନୀତ ଅତିଥି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜି, ଶୃଙ୍ଖଳା କମିଟିର ଅଧ୍ୟକ୍ଷ ତଥା ଜିଲ୍ଳା ସଂଘର ସଭାପତି ରବିନାରାୟଣ ଖିଲାର, ସାମ୍ବାଦିକ ରବିନ୍ଦ୍ର କୁମାର କର ପ୍ରମୁଖ ଯୋଗଦେଇ ଊପରାକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସାଂସଦ ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି, ଧାମନଗର ପ୍ରେସ୍ କ୍ଲବର ସଭାପତି ବାସୁଦେବ ତ୍ରିପାଠୀ, ଶିକ୍ଷାବିତ୍ ନିତ୍ୟାନନ୍ଦ ମିଶ୍ର, କାନ୍ତସାହିତ୍ୟ ପରିଷଦର ସଭାପତି ରସାନନ୍ଦ ମହାପାତ୍ର, ବରିଷ୍ଠ ନାଗରିକ ପରିଷଦର ସାଧାରଣ ସମ୍ପାଦକ ଶଚିକାନ୍ତ ପଣ୍ଡା, ଆଇନ୍‌ଜୀବୀ ଦେବାଶିଷ ସାମଲ, ସମିତିସଭ୍ୟ ହରେକୃଷ୍ଣ ପାଢୀ, ବିଜୁ ଯୁବଜନତାଦଳର ବ୍ଲକ ସଭାପତି ଭାରତବିଜୟ ଦଳାଇ ପ୍ରମୁଖ ଯୋଗଦେଇ ନିର୍ଭିକ ସାମ୍ବାଦିକତା କରିବାକୁ ଗଲେ ନିଜକୁ ଅନେକ କଷ୍ଟ ସହିବାକୁ ପଡ଼େ । ଯାହାକି ପ୍ରଦ୍ୟୁମ୍ନ ବଳଙ୍କ ନୀତୀ ଆଦର୍ଶ ସହିତ ସମାନ ବୋଲି ସେମାନଙ୍କ ବକ୍ତବ୍ୟରେ କହିଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ହେମେନ୍ଦ୍ର ନାଥ ମହାନ୍ତି ଅତିଥିପରିଚୟ ପ୍ରଦାନ କରିଥିବାବେଳେ ସ୍ମୃତି ପରିଷଦର ସମ୍ପାଦକ ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ପାଇଁ ସ୍ମୃତି ପରିଷଦ ପକ୍ଷରୁ ଶିକ୍ଷାବିତ୍ ରବିନ୍ଦ୍ରନାଥ କର, ଧାମନଗର ଡ଼ାକ୍ତରଖାନାର ଡ଼ାକ୍ତର ମିତାଲି ଶ୍ରୀବାସ୍ତବ, ନାଟ୍ୟକାର କୂଳମଣୀ ବେହେରା, ମୁସ୍ତଫାପୁର ସରପଂଚ ବିଷ୍ଣୁଚରଣ ଦାସ, ରାଧାବଲ୍ଲଭପୁର ସରପଂଚ ଟୁନିବାଳା ବିଶ୍ୱାଳ, ସମାଜସେବୀ ସଞ୍ଜୟ କୁମାର ମିଶ୍ର, ସୁରଜ କୁମାର ସାହୁ, କଳାକାର ଉମାକାନ୍ତ ମାଝୀ, ମେଧାବୀ ଛାତ୍ର ସାଇଜ୍ୟୋତି ମଲ୍ଲିକ, ଏବିଇଓ ଯାଜପୁର ମନୋଜ କୁମାର ଜେନା, ଆଦର୍ଶ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ଖୁଣ୍ଟିଆ, ସମାଜସେବୀ କରୁଣାକର ସାହୁ, କୃଷ୍ଣଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଦୀନବନ୍ଧୁ ଦାଶ, ପ୍ରତାପ କୁମାର ଆନ୍ଦିଆ, ଅନିଲ କୁମାର ବାରିକ, କୈଳାଶଚନ୍ଦ୍ର ଗୁପ୍ତା, ଅନନ୍ତ ଜେନା, ସେକ୍ ଜାଫର ଅଲ୍ଳୀ, ରଜତ କୁମାର ପଣ୍ଡା, ସେକ୍ ଜିଲ୍ଳାନୀ, ସଂଜୀବ କୁମାର ମହାନ୍ତି, ମଦନମୋହନ ଦାସ, ସେକ୍ ହମିଦ୍‌, ସେକ୍ ଜାବୀର, ସମାଜସେବୀ ମହେଶ୍ୱର ସ୍ୱାଇଁ, ଅଭିମନ୍ୟୁ ମଲ୍ଲିକ, ପର୍ଶୁରାମ ପଣ୍ଡା, ମାନସ ରଂଜନ ରାଉତ, ବ୍ରଜକିଶୋର ମଲ୍ଲିକ, ନିରାକାର ରାଉତ, ମନୋଜ କୁମାର ସିଂ. ଜୟନ୍ତ ବେହେରା, ସୁବାଶଚନ୍ଦ୍ର ରାଉତ, କମଳାକାନ୍ତ ମହାପାତ୍ର, ଅରୂପ କୁମାର ନନ୍ଦ, ଅମରେନ୍ଦ୍ର ମହାନ୍ତି ପ୍ରମୁଖ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସାମ୍ବାଦିକ ସୁଧାକର ଦାଶ, ସରୋଜ କୁମାର ସେଠୀ, ପ୍ରଶାନ୍ତ କୁମାର ସାହୁ ଓ ବିବେକାନନ୍ଦ ସାମଲ ମଞ୍ଚ ପରିଚାଲନା କରିଥିଲେ । ଏହି ଅବସରରେ ପ୍ରଦ୍ୟୁମ୍ନବଳ ସ୍ମୃତି ପରିଷଦର ସଭାପତି ଭାବେ ଚିତ୍ତରଂଜନ ଦାଶଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ତାଙ୍କୁ ପୁଷ୍ପଗୁଚ୍ଛଦେଇ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ମୃତି ପରିଷଦ ପକ୍ଷରୁ ପ୍ରାରମ୍ଭରେ ସ୍ୱାଧିନତା ସଂଗ୍ରାମୀ ସର୍ଦ୍ଦାର ସାଗର ଭୁୟାଁ ସମାଧିପୀଠ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ମହାତ୍ମାଗାନ୍ଧୀ ଓ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଂ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଶେଷରେ ସ୍ମୃତି ପରିଷଦର ଉପଦେଷ୍ଠା ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.