Home ଜିଲ୍ଲା ପରିକ୍ରମା ପ୍ରଖ୍ୟାତ ଚିକିତ୍ସକ ସ୍ୱର୍ଗତ ଡା. ଅନିଲ ବେହେରାଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି

ପ୍ରଖ୍ୟାତ ଚିକିତ୍ସକ ସ୍ୱର୍ଗତ ଡା. ଅନିଲ ବେହେରାଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି

96

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁଖ୍ୟ ଡାକ୍ତରଖାନା ସଭାଗୃହରେ ଭାରତୀୟ ଚିକିତ୍ସକ ସଂଘ ତଥା ଭଦ୍ରକ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସହଯୋଗରେ ଭଦ୍ରକ ତଥା ଓଡ଼ିଶାର ଖ୍ୟାତନାମା ଭେଷଜ ବିଶେଷଜ୍ଞ ଡାକ୍ତର ସ୍ୱର୍ଗତ ଅନିଲ ବେହେରାଙ୍କ ବିୟୋଗ ଜନିତ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଚିକିତ୍ସକ ସଂଘର ଜିଲ୍ଲା ସଭାପତି ଡା. ରବିନ୍ଦ୍ର କୁମାର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତମାନେ ଦିବଂଗତଙ୍କ ଫଟୋଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ । ସମସ୍ତେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରିବା ପରେ ଡାକ୍ତର ବେହେରାଙ୍କ ଆଦର୍ଶ, କର୍ତ୍ତବ୍ୟପରାୟଣତା, ସହିଷ୍ଣୁତା, ଉଦାର ମନୋଭାବର ଗୁଣାବଳୀ ଆଲୋଚନା କରିଥିଲେ । ସଂଘର ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ ସ୍ୱର୍ଗତ ବେହେରା ଭଦ୍ରକ ଆର୍ଟ କଲେଜରେ ୧୯୯୧-୨୦୧୧ ପର୍ଯ୍ୟନ୍ତ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇବା ସମୟରେ କଲେଜର ବହୁବିଧ ଉନ୍ନତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୁରଲୀ ପାଢୀ, ଡାକ୍ତର ଦୁର୍ଯ୍ୟୋଧନ ଦାସ ପ୍ରମୁଖ ମଞ୍ଚାସିନ ହୋଇ ସ୍ୱର୍ଗତ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଭଗବାନ ଦିକ୍ଷିତ, ଡା. ଶିବାଶିଷ ମହାରଣା, ଡା. ପ୍ରଭାସ ମହାନ୍ତି, ଡ. ଆର୍ଯ୍ୟନାରାୟଣ ମିଶ୍ର, ଡା. ଗୌରଚନ୍ଦ୍ର ଜେନା, ଡା. ଶତୃଘ୍ନ ହାତୀ, ଡା.ବସନ୍ତ କୁମାର ସାହୁ, ଡା. ଡି.ଏମ୍‌. ପଣ୍ଡା, ଡା. ମୀନକେତନ ମହାନ୍ତି, ଡା. ଦୀପକ ଜେନା ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିବା ବେଳେ ମେଡ଼ିକାଲ କର୍ମଚାରୀ ରମେଶ ସ୍ୱାଇଁ ସ୍ୱର୍ଗତ ବେହେରାଙ୍କ ଉପରେ ଆଧାରିତ ଏକ କବିତା ଆବୃତି କରିଥିଲେ । ଏହି ସଭାରେ ମେଡ଼ିକାଲର ବହୁ କର୍ମଚାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.