Home ଜିଲ୍ଲା ପରିକ୍ରମା ପ୍ରକାଶ ପାଇଲା ଭଦ୍ରକ ସ୍ୱୟଂଶାସିତ ମହାବଦ୍ୟାଳୟର ସ୍ନାତକୋତର ପରୀକ୍ଷାଫଳ

ପ୍ରକାଶ ପାଇଲା ଭଦ୍ରକ ସ୍ୱୟଂଶାସିତ ମହାବଦ୍ୟାଳୟର ସ୍ନାତକୋତର ପରୀକ୍ଷାଫଳ

12

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନରେ ଭଦ୍ରକ ସ୍ୱୟଂଶାସିତ ମହାିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦୁର୍ଗାଶଙ୍କର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ନାତକୋତର କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଏସ୍‌.ଏଫ୍‌.ସି. ବିଭାଗର ଅନ୍ତିମ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଉତୀର୍ଣ୍ଣ ହାର ୭୩.୯୧ % ରହିଛି । ଗତ ବର୍ଷ ତୁଳନାରେ ଏବର୍ଷ ପରୀକ୍ଷାରେ ଏହି ହାର ବୃଦ୍ଧି ପାଇଛି । ସ୍ନାତକୋତର କଳାରେ ୮୨.୨୫, ବିଜ୍ଞାନରେ ୭୧.୩୩, ବାଣିଜ୍ୟରେ ୪୪.୮୨ ଏବଂ ଏସ୍‌.ଏଫ୍‌.ସି. ବିଭାଗରେ ଉତୀର୍ଣ୍ଣ ହାର ୭୪.୫ ରହିଛି । କଳା ବିଭାଗରେ ପରୀକ୍ଷା ଦେଇଥିବା ମୋଟ ୨୪୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୪ ଜଣ, ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ମୋଟ ୧୫୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୨ ଜଣ, ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ମୋଟ ୨୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩ ଜଣ, ଏବଂ ଏସ୍‌.ଏଫ୍‌.ସି. ବିଭାଗରେ ପରୀକ୍ଷା ଦେଇଥିବା ମୋଟ ୩୦୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨୮ ଜଣ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି । ସ୍ନାତକୋତର କଳା ବିଭାଗରେ ସୁଭଦ୍ରା ବାରିକ, ବିଜ୍ଞାନ ବିଭାଗରେ ସୁବାଶିସ ଦାସ, ବାଣିଜ୍ୟ ବିଭାଗରେ ସନ୍ତୋଷୀ ଜେନା ଏବଂ ଏସ୍‌.ଏଫ୍‌.ସି. ବିଭାଗରେ ମଧୁସ୍ମିତା ସାମଲ ସର୍ବାଧିକ ନମ୍ବର ରଖି ଏହି ଶିକ୍ଷା ବର୍ଷରେ ମହାବିଦ୍ୟାଳୟର ଟପ୍ପର୍ ହେବାର ଗୌରବ ଅର୍ଜନ କରିଛନ୍ତି । ଏସ୍‌.ଏଫ୍‌.ସି. ବିଭାଗରେ ମଧୁସ୍ମିତା ସାମଲ ମହାବିଦ୍ୟାଳୟରେ ଶ୍ରେଷ୍ଠ ସ୍ନାତକୋତର ବିବେଚିତ ହୋଇଛନ୍ତି ବୋଲି ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାଶ ସୂଚନା ଦେଇଛନ୍ତି । ପରୀକ୍ଷାଫଳ ଘୋଷଣା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦୁର୍ଗାଶଙ୍କର ଦାଶ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ବିଦ୍ୟାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପରୀକ୍ଷାର ଉପଯୁକ୍ତ ପରିଚାଳନା ଓ ଠିକ୍ ସମୟରେ ଫଳ ପ୍ରକାଶ ନିମନ୍ତେ ପରୀକ୍ଷା ନିୟନ୍ତ୍ରଣ ବିଭାଗର ସମସ୍ତ କର୍ମକର୍ତା ଏବଂ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ପରୀକ୍ଷା ବିଭାଗ ନିୟନ୍ତ୍ରକ ପ୍ରଫେସର ମୃତ୍ୟୁଞ୍ଜୟ ଦାସ, ଉପ-ପରୀକ୍ଷା ନିୟନ୍ତ୍ରକ ଡ. ଅଜିତ୍ କୁମାର ଦାସ, ଡ. ପ୍ରତାପ ଚନ୍ଦ୍ର ସାହୁ, ଡ. ପଦ୍ମନାଭ ମହାନ୍ତି, ଅର୍ଥନୀତି ବିଭାଗ ମୁଖ୍ୟ ଡ. ଦିନେଶ ଚନ୍ଦ୍ର ଦାଶ, ରସାୟନ ବିଭାଗ ମୁଖ୍ୟ ଡ. ପଦ୍ମନାଭ ପତ୍ରୀ, ଡ. ଲକ୍ଷ୍ମୀକାନ୍ତ ନାୟକ, ଇଂରାଜୀ ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ସେଠୀ, ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ. କମଳାକାନ୍ତ ଜେନା, ପରୀକ୍ଷା ନିୟନ୍ତ୍ରଣ ବିଭାଗର ସୁରେଶ ଚନ୍ଦ୍ର ରାଉତ, ମଦନ ମୋହନ ବିନ୍ଧାଣି, ଜୟ ଗୋପାଳ ସେଠୀ , ସତ୍ୟଶିବ ସୁନ୍ଦର ସାମଲ ଓ ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ପରୀକ୍ଷା ଫଳ ପ୍ରକାଶ ସମୟରେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.