Home ଜିଲ୍ଲା ପରିକ୍ରମା ପ୍ରକଳ୍ପ ଥାଇବି କାମରେ ଲାଗୁନି, ଦୁଇ ବର୍ଷ ହେବ ଗୋଷ୍ଠି ଉଠା ଜଳସେଚନ ପ୍ରକଳ୍ପ ଅଚଳ,...

ପ୍ରକଳ୍ପ ଥାଇବି କାମରେ ଲାଗୁନି, ଦୁଇ ବର୍ଷ ହେବ ଗୋଷ୍ଠି ଉଠା ଜଳସେଚନ ପ୍ରକଳ୍ପ ଅଚଳ, ଚିନ୍ତାରେ ଚାଷୀ

16
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ଉଠାଜଳସେଚନ ପମ୍ପ ରହିଥିବା ବେଳେ କେତେକ ସ୍ଥାନରେ ପୁରୁଣା ପମ୍ପ ଅଚଳ ହୋଇଥିବା ବେଳେ କେତେକ ସ୍ଥାନରେ ନୂଆ ପମ୍ପ ନିର୍ମାଣ ହେଉଚି ।ଅନେକ ସ୍ଥାନରେ ପମ୍ପ ଅଚଳ ହୋଇ ଥିବାରୁ ଚାଷୀଙ୍କ କୌଣସି ଲାଭ ହେଉନାହିଁ । ନଦୀ ପୋଖରୀର ଜଳ ଶୁଖି ଗଲାପରେ ଚାଷୀମାନେ ସେମାନଙ୍କ ଚାଷକାମ ପାଇଁ ଉଠା ଜଳସେଚନ ଉପରେ ନିର୍ଭର କରୁଥିବା ବେଳେ ଅଚଳ ପମ୍ପ ହାଉସ୍ ଯୋଗୁଁ ଚାଷୀମାନେ ଚିନ୍ତା ରେ ପଡ଼ିଛନ୍ତି। ସୁଚନା ଥାଉକି ଧାମନଗର ବ୍ଲକ ର ସୋହଡା ପଂଚାୟତ ର ପିତେଇପୁର ଠାରେ ଥିବା ଗୋଷ୍ଟି ଉଠା ଜଳସେଚନ ପ୍ରକଳ୍ପ ଦୁଇ ବର୍ଷ ତଳେ ୧୮ ଲକ୍ଷ ୪୪ ହଜାର ଟଙ୍କା ବେୟ ରେ କାର୍ଯ୍ୟ କରାଯାଇ ଥିବା ବେଳେ ମାତ୍ର ଦୁଇ ଘଂଟା ଚାଲିବା ପରେ ତାହା ଏବେ ଅଚଳ ହୋଇପଡ଼ିଛି। ଉକ୍ତ ପମ୍ପ କାର୍ଯ୍ୟ ସରିବା ପରେ ପିତେଇପୁର ଓ ପାଖ ଅଂଚଳ ର ଚାଷୀମାନେ ପାଖା ପାଖି ୫୦ ଏକର ଚାଷ ଜମିରେ ଚାଷ କରିବା ପାଇଁ ଚାଷୀ ମନବଳାଇଛନ୍ତି। ମାତ୍ର ଆଗକୁ ଚାଷ କାର୍ଯ୍ୟ କରିବା ପାଇଁ ଚାଷୀ ମାନେ ପ୍ରସ୍ତୁତି ହେଉଥିବାବେଳେ ଅଚଳ ପମ୍ପ ନେଇ ଚାଷୀ ଙ୍କ ମୁଣ୍ଡରେ ଚିନ୍ତା ବଡ଼ି ଯାଇଛି । ବିଭାଗୀୟ ଅଧିକାରି ଙ୍କୁ ଚାଷୀ ମାନେ ଜଣାଇଥିଲେ। ମାତ୍ର ଅଧିକାରି ନିରବ ଦ୍ରଷ୍ଟା ସାଜିଛନ୍ତି। ଏ ଦିଗରେ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗକରାଯାଇଥିଲା । ଉକ୍ତ ଲିଫ୍ଟ କାମ ସରିବା ପରେ ମା ଥାନପତି ପାଣି ପଂଚାୟତ କୁ ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଛି। ଛୋଟ ମୋଟ କାର୍ଯ୍ୟ କୁ ପାଣିପଂଚାୟତ ର କର୍ମକର୍ତା ମରାମତି କରି ଆମକୁ ହିସାବ ଦେଲେ ଆମେ ତାହା ପେମେଂଟ କରାଯିବ ମାତ୍ର ସେ ଦିଗରେ ଆମକୁ ସେଭଳି ସୁଚନା ଦିଆ ଯାଇନାହିଁ । ଏ ଦିଗରେ ପାଣି ପଂଚାୟତ ର ସଂପାଦକ ରଶ୍ମି ରଞ୍ଜନ ଜେନା କହିଛନ୍ତି ଯେ ଉକ୍ତ ପମ୍ପ ଠାରୁ ବିଭିନ୍ନ ଚାଷ ଜମିକୁ ଯେଉ ପାଇପ ବିଛା ଯାଇଛି ତାହା ସବୁ ଅଚଳ ହୋଇଚି ମଟର ବି ଅଚଳ ହୋଇଚି।ମରାମତି ପାଇଁ ବିଭାଗୀୟ ଅଧିକାରୀ ଙ୍କୁ କହିଲା ବେଳେ ସେମାନେ କହୁଛନ୍ତି ଦିଗରେ ଜିଲ୍ଲାପାଳ ଙ୍କୁ କୁହନ୍ତୁ ବୋଲି ଅଧିକାରି କହୁଛନ୍ତି ।ତେବେ ତୁରନ୍ତ ଉକ୍ତ ଅଚଳ ପମ୍ପ କୁ ସଚଳ କରିଲେ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ସଂପାଦକ ରଶ୍ମି ରଞ୍ଜନ ଜେନା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.