Home ଜିଲ୍ଲା ପରିକ୍ରମା ପୌରାଞ୍ଚଳର ୬, ୭, ୮ ଓ ୯ନମ୍ବର ୱାର୍ଡରେ ଗଡିଲା ୪ ଜୟ ଜଗନ୍ନାଥ ଅର୍ପଣ...

ପୌରାଞ୍ଚଳର ୬, ୭, ୮ ଓ ୯ନମ୍ବର ୱାର୍ଡରେ ଗଡିଲା ୪ ଜୟ ଜଗନ୍ନାଥ ଅର୍ପଣ ରଥ

13

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଭଦ୍ରକ ପୌରପାଳିକାର ୪ଟି ୱାର୍ଡ-୬ନମ୍ବର, ୭ନମ୍ବର, ୮ନମ୍ବର ଓ ୯ନମ୍ବର ୱାର୍ଡରେ ଆଜି ଜୟ ଜଗନ୍ନାଥ ଅର୍ପଣ ରଥ ର ଶୁଭାରମ୍ଭ ହୋଇଛି । ଏହି ୪ଟି ୱାର୍ଡରେ ୪ଟି ଅର୍ପଣ ରଥକୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଳିକ ଶ୍ରୀଫଳ ଭାଙ୍ଗି ଶୁଭ ଉଦଘାଟନ କରିଥିଲେ । ବିଧାୟକ ନିଜେ ଏହି ୱାର୍ଡମାନଙ୍କରେ ଘରକୁ ଘର ବୁଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ଯାତ୍ରା ପାଇଁ ଚାଉଳ, ଗୁଆ ଓ ଦକ୍ଷିଣା ଆଦି ସଂଗ୍ରହ କରିଥିଲେ । ୬ନମ୍ବର ୱାର୍ଡ ମଠସାହି ଠାରେ ଏହି ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ତଥା ପୌର ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରବୀର ଜେନା, ପୌର ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତଥା ଶତାଧିକ ମହିଳା, ପୁରୁଷ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ସଂକୀର୍ତନ ଦଳର ଭଜନ ସହ ଘରକୁ ଘର ବୁଲି ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟରେ ସାମିଲ ଥିଲେ । ସେହିଭଳି ଭଦ୍ରକ ପୌରପାଳିକାର ୭ନମ୍ବର ୱାର୍ଡରେ ବିଧାୟକ ଶ୍ରୀମଲ୍ଲିକ ଏହି ଜୟ ଜଗନ୍ନାଥ ଅର୍ପଣ ରଥ ର ଶୁଭାରମ୍ଭ କରିଥିବା ବେଳେ ପରେ ପରେ ୮ନମ୍ବର ଓ ୯ନମ୍ବର ୱାର୍ଡରେ ପହଂଚି ଅର୍ପଣ ରଥର ଶୁଭାରମ୍ଭ କରିବା ସହ ପ୍ରତି ଘରୁ ଅକ୍ଷତ ଗୁଆ ଓ ଚାଉଳ ସଂଗ୍ରହ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ଭଜନ, କୀର୍ତନ ର ତାଳେତାଳେ ଲୋକେ ଭକ୍ତି ଭାବନା ଓ ଉତ୍ସାହର ସହ ଗୁଆ ଓ ଚାଉଳ ଅର୍ପଣ କରୁଥିବା ଦେଖିବାକୁ ମିଳିଥିଲା । ଏହି ରଥ ପରିକ୍ରମା ବେଳେ ଶତାଧିକ ମହିଳା, ପୁରୁଷ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୭ନମ୍ବର କାଉନସିଲର ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ଯୁବନେତା ରାଜେଶ ଦାସ, ୮ନମ୍ବର ୱାର୍ଡ କାଉନସିଲର ସ୍ୱାଗତିକା ନାୟକ, ୯ନମ୍ବର ୱାର୍ଡରେ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାକେଶ ପଣ୍ଡା ଓ ୱାର୍ଡ କାଉନସିଲର ସୁନୀତା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ପୌରପାଳିକାର ୩୦ଟି ୱାର୍ଡରେ ଏହି ଅର୍ପଣ ରଥ ପରିକ୍ରମା କରିବ । ଆସନ୍ତା କାଲି ୧୧ନମ୍ବର ୱାର୍ଡରେ ଏହାର ଶୁଭାରମ୍ଭ ହେବ । ଅର୍ପଣ ରଥରେ ଶ୍ରଦ୍ଧାଳୁମାନେ ପ୍ରଦାନ କରୁଥିବା ଗୁଆ, ଚାଉଳ ଓ ନଡିଆ ଆଦିକୁ ସାଳନ୍ଦୀ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହଜୁଦ ରଖାଯାଉଛି । ଆସନ୍ତା ୧୬ତାରିଖ ଏସବୁକୁ ଶ୍ରୀକ୍ଷେତ୍ରକୁ ପଠାଯିବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.