Home ଜିଲ୍ଲା ପରିକ୍ରମା ପୌରାଂଚଳରେ ନୂଆ ମତଦାନ କେନ୍ଦ୍ର ସୃଷ୍ଟି ପାଇଁ ବୈଠକ

ପୌରାଂଚଳରେ ନୂଆ ମତଦାନ କେନ୍ଦ୍ର ସୃଷ୍ଟି ପାଇଁ ବୈଠକ

5

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣ ନିର୍ବାଚନରେ ମତଦାତାଙ୍କ ମତଦାନ ପ୍ରକ୍ରିୟାକୁ ସହଜ କରିବା ପାଇଁ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ ମତଦାନ କେନ୍ଦ୍ର ଗୁଡିକରେ ଏକ ହଜାର କିମ୍ବା ବାର ଶହରୁ ଉର୍ଦ୍ଧ୍ୱ ଭୋଟର ଅଛନ୍ତି, ସେହି ବୁଥ୍‌ଗୁଡିକୁ ଭୋଟର ସଂଖ୍ୟା କମାଯିବ। ବାର ଶହରୁ ଅଧିକ ଥିବା ଭୋଟରମାନଙ୍କୁ ଏହି ବୁଥ୍‌ରୁ ବାଦ୍ ଦେଇ କମ୍ ସଂଖ୍ୟକ ଭୋଟର ଥିବା ମତଦାନ କେନ୍ଦ୍ରରେ ସାମିଲ କରାଯିବ, ନଚେତ୍ ଏହି ଅଂଚଳରେ ନୂଆ ମତଦାନ କେନ୍ଦ୍ର ସୃଷ୍ଟି କରାଯିବା ପାଇଁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ପୌରପାଳିକା ତରଫରୁ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ, କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ସାମଲଙ୍କ ସହ ଭାଜପା ଜିଲା ସଭାପତି ଭଗବାନ ପଣ୍ଡା, କମ୍ୟୁନିଷ୍ଟ ପାର୍ଟିର ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ, କଂଗ୍ରେସର ଅବଦୁଲ ମୁକିତ୍ ଖାଁଙ୍କ ସମେତ ପୂର୍ବତନ କାଉନ୍‌ସିଲର ପଙ୍କଜ ବଳ, କାଉନ୍‌ସିଲର ଦିଲ୍ଲୀପ ନାୟକ, ରଂଜନ ଜେନା, ସେକ୍ ଜହିରୁଦ୍ଦିନ୍ ଓ ଅନ୍ୟାନ୍ୟ ଦଳର କାଉନ୍‌ସିଲରମାନେ ବୈଠକରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଭଦ୍ରକ ସହରାଂଚଳରେ ସମୁଦାୟ ୮୦ ଟି ବୁଥ୍ ଅଛି। ଏହି ବୁଥ୍‌ଗୁଡିକ ମଧ୍ୟରୁ ୪୪ଟି ବୁଥ୍‌ରେ ବାର ଶହରୁ ଉର୍ଦ୍ଧ୍ୱ ମତଦାତା ଅଛନ୍ତି। ସର୍ବାଧିକ ବେକା ଅଲାଲପୁର-୧ ବୁଥ୍‌ରେ ୧୫୧୨ ଓ ବାଘୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୫୦୪ ଭୋଟର ଅଛନ୍ତି। ସେହିପରି ପୌରାଂଚଳର ୧୩ ଟି ବୁଥ୍‌ରେ ଚଉଦ ଶହରୁ ଉର୍ଦ୍ଧ୍ୱ ଭୋଟର ଥିବାବେଳେ ୧୮ଟି ବୁଥ୍‌ରେ ତେରଶହରୁ ଉର୍ଦ୍ଧ୍ୱ ଓ ୧୧ ଟି ବୁଥ୍‌ରେ ବାର ଶହରୁ ଉର୍ଦ୍ଧ୍ୱ ମତଦାତା ରହିଛନ୍ତି। ଅଧିକ ସଂଖ୍ୟକ ଭୋଟର ଥିବା ଏହି ବୁଥ୍ ଗୁଡିକୁ କିପରି କମାଯାଇ ଅନ୍ୟବୁଥ୍‌ରେ ସାମିଲ କରାଯିବ କିମ୍ବ ନୂତନ ମତଦାତା କେନ୍ଦ୍ର ସୃଷ୍ଟି କରାଯିବ, ଏ ନେଇ ଆଲୋଚନା ହୋଇଥିଲା। ତେବେ ଏହି ସମସ୍ତ ପ୍ରକ୍ରିୟାକୁ ସର୍ବସମ୍ମତି କ୍ରମେ ସହମତି ପ୍ରକାଶ ପାଇଥିବାର ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.