Home ଜିଲ୍ଲା ପରିକ୍ରମା ପୌରସଂସ୍ଥା ପକ୍ଷରୁ ଆଜାଦିର ଅମୃତ ମହୋତ୍ସବ ସପ୍ତାହ ପାଳିତ

ପୌରସଂସ୍ଥା ପକ୍ଷରୁ ଆଜାଦିର ଅମୃତ ମହୋତ୍ସବ ସପ୍ତାହ ପାଳିତ

42

ପୁରୀ- ୦୩.୧୦ (ଓଡ଼ିଆ ପୁଅ) – ପୁରୀ ପୌରସଂସ୍ଥା ପକ୍ଷରୁ ଆଜାଦିର ଅମୃତ ମହୋତ୍ସବ ସପ୍ତାହ ପାଳିତ ହୋଇଛି। ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ପାଳିତ ଉକ୍ତ ସପ୍ତାହରେ ସମସ୍ତ ୩୨ଟି ୱାର୍ଡରେ ସଫେଇ କାର୍ଯ୍ୟକ୍ରମ, ସ୍ବଚ୍ଛତା ପଦଯାତ୍ରା, କୁଇଜ ପ୍ରତିଯୋଗିତା, ସଭାସମିତି, ହାନିକାରକ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନା, ସଫେଇ କର୍ମଚାରୀଙ୍କୁ ସମ୍ମାନୀତ କରାଯାଇଥିଲା। ଆଜି ସନ୍ଧ୍ୟାରେ ନିଳାଦ୍ରି ବେଳାଭୂମିରେ ଆୟୋଜିତ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି। ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବଚ୍ଛତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପୁରୀକୁ ସ୍ବଚ୍ଛ ରଖିବାକୁ ସମସ୍ତଙ୍କୁ ଶପଥପାଠ କରାଯାଇଥିଲା। ସଫେଇ କର୍ମଚାରୀ ମାନଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ଏନଫୋରର୍ସମେଣ୍ଟ ଅଧିକାରୀ ଶ୍ରୀ ବୃନ୍ଦାବନ ପତି, ପୌର ସ୍ବାସ୍ଥ୍ୟାଧିକାରୀ ଡଃ ଅଶୋକ କୁମାର ସିଠ, ଓଏସଡି ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଫିଡବ୍ୟାକ ଫାଉଣ୍ଟେସନର କର୍ମକର୍ତ୍ତା, ସ୍ବଚ୍ଛ ସୁପରଭାଇଜର୍, ସ୍ବଚ୍ଛ ସାଥୀ, ସ୍ବଚ୍ଛ ସୈନିକ, ଜମାଦାର, ସିଡି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.