Home ଓଡ଼ିଶା ପୋଲିସ ଦ୍ୱାରା ୨ ମହିଳା ଚୋରଣୀ ଗିରଫ ଚୋରୀ ସୁନା ଓ ରୂପା ଜବତ

ପୋଲିସ ଦ୍ୱାରା ୨ ମହିଳା ଚୋରଣୀ ଗିରଫ ଚୋରୀ ସୁନା ଓ ରୂପା ଜବତ

79

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୯- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ଦ୍ୱାରା ୨ ମହିଳା ଚୋରଣୀ ଙ୍କ ଠାରୁ ଚୋରୀ କରିଥିବା ସୁନା ଅଳଙ୍କାର ଓ ରୂପା ଜବତ ହୋଇଛି । ୨ ମହିଳା ଚୋରଣୀ ଙ୍କୁ ପୋଲିସ ଗିରଫ କରିଛି । ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଙ୍କ ସୂଚନା ଅନୁଯାଇ ଜବତ ସୁନା ଓ ରୂପା ଅଳଙ୍କାର ର ମୂଲ୍ୟ ୨ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ । ଜବତ ସୁନା ଓ ରୂପା ଅଳଙ୍କାର କୁ ତାର ମାଲିକ ଙ୍କୁ ଜୀମା ଦିଆଯାଇଛି । ୨ ମହିଳା ଅଭିଯୁକ୍ତ ପଶ୍ଚିମବଙ୍ଗ ରାଜ୍ୟ ମେଦିନ୍‌ପୁର ଅଂଚଳ ବୋଲି ଜଣାପଡିଛି ।

ସେମାନେ ତାଙ୍କ ନାମ ଓ ଠିକଣା ଭୁଲ୍ କହୁଥିବା ଯୋଗୁଁ ବିଭିନ୍ନ ଥାନା କୁ ସେମାନଙ୍କ ସଠିକ୍ ଠିକଣା ମଗାଯାଇଛି ।  ଥାନା ନିରୀକ୍ଷକ ଙ୍କ ସୂଚନା ଅନୁଯାଇ ଏହି ମହିଳା ମାନେ ନିଛାଟିଆ ଯାଗା ଦେଖି ଛୋଟ ପିଲା ଙ୍କୁ ଚୋରୀ କରିବା ସହ ସୁଯୋଗ ଦେଖି ଘରେ ପଶି ଚୋରୀ କରିଥାନ୍ତି । ସେମାନେ ଏକ ନିଛାଟିଆ ଗଛମୂଳେ ଶୋଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ତାଙ୍କ ବ୍ୟାଗ ଭିତରୁ ଚୋରୀ କରିଥିବା ସୁନା ଓ ରୁପା ଅଳଙ୍କାର କୁ ଜବତ କରିଥିଲା । ଏ ଭଳି ଅପରିଚିତ ମହିଳାଙ୍କୁ ଦେଖିଲେ ତାଙ୍କ ଠାରୁ ଦୂରେଇ ରହିବା ସହ ପୋଲିସ କୁ ସୂଚନା ଦେବାପାଇଁ ସତର୍କ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.