Home ଜିଲ୍ଲା ପରିକ୍ରମା  ପୋଲିସ ଦ୍ୱାରା ଫେରାର ଅଭିଯୁକ୍ତ ଅଦାଲତ ଚାଲାଣ

 ପୋଲିସ ଦ୍ୱାରା ଫେରାର ଅଭିଯୁକ୍ତ ଅଦାଲତ ଚାଲାଣ

47

ନୟାଗଡ଼ ୨୯/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ଦ୍ୱାରା ଜଣେ ଫେରାର ଅଭିଯୁକ୍ତ ଗିରଫ ହୋଇ ଅଦାଲତ ଚାଲାଣ ହୋଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଓସ୍ତପଡ଼ା ଗ୍ରାମର ଦିପକ ରାଉତରାୟ। ଚାନ୍ଦପୁର ଥାନା ପୋଲିସର ସୂଚନା ଅନୁଯାଇ ଅଭିଯୁକ୍ତ ଜଙ୍କିଆ ଗ୍ରାମରେ ଏକ ଆତ୍ମହତ୍ୟାକୁ ହତ୍ୟାକାଣ୍ଡର ରୂପରେଖ ଦେବାପାଇଁ ପୋଲିସକୁ ଘେରାବନ୍ଦୀ କରିରଖିଥିଲେ। ତାଙ୍କ ସହ ଅନ୍ୟମାନଙ୍କ ବିରୁଦ୍ଧେ ପୋଲିସ ଏକ ମାମଲା ରୁଜୁ କରିଥିଲା।

ପୁର୍ବରୁ ଅଭିଯୁକ୍ତଙ୍କ ନାମରେ ୪ ଗୋଟି ମାମଲାରେ ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା। ସେ ଜଟଣୀରୁ ଏକ ଟ୍ରାକ୍ଟର ଚୋରୀକରି ପୁରୀଜିଲ୍ଲା ମନ୍ଦାର ବସ୍ତ ଅଂଚଳରେ ବିକ୍ରି କରିବାକୁ ମସୁଧା କରୁଥିବା ପୋଲିସ ନିକଟରେ ଖବର ପହଁଚିଥିଲା। ତେଣୁ ଚାନ୍ଦପୁର ପୋଲିସ ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଓ ଉପ ନିରୀକ୍ଷକ ଅଞ୍ଜଳୀ ସା ସଦଳବଳେ ଚଢାଉ କରି ଏପ୍ରିଲ ୨୮ ତାରିଖ ରାତ୍ରୀରେ ଅଭିଯୁକ୍ତକୁ ଗିରଫ କରିଥିଲେ। ଅଦାଲତ ଚାଲାଣ ପରେ ଅଭିଯୁକ୍ତର ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.