Home କେନ୍ଦ୍ରାପଡ଼ା ପୋଲିସ ଏଏସଆଇଙ୍କ ଦାଦାଗିରୀରେ ଲୋକେ ଆତଙ୍କିତ

ପୋଲିସ ଏଏସଆଇଙ୍କ ଦାଦାଗିରୀରେ ଲୋକେ ଆତଙ୍କିତ

124

କେନ୍ଦ୍ରାପଡା ୨୯/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ରବିବାର ସନ୍ଧ୍ୟାରେ ଗୋବରୀ କେନାଲବନ୍ଧର ସାନ୍ତସାହି ଠାରୁ କାକଟଲକ ପର୍ଯ୍ୟନ୍ତ ସହରରେ କରୋନା ଜନିତ ସଟଡାଉନ ଜାରିଥିବା ସମୟରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ ଜନୈକ ପୋଲିସ ଏଏସଆଇ-ନିଶାଖାଇ ସେହି ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଗୋଡେଇ ଗୋଡେଇ ପିଟିଥିବା ଅଭିଯୋଗ ହୋଇଛି। ଏଭଳିକି ମୀରପାଟଣା -କାକଟଛକ ନିକଟରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ନର୍ଦ୍ଧୁମ ପିଟିବା ସହ ଫକିରାବାଦ ପୋଲ ନିକଟରେ ପ୍ରାୟ ୮/୧୦ଟି ବାଇକକୁ ବାଡେଇଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ସମୟପରେ ସଂପୃକ୍ତ ଏଏସଆଇ ଜଣକ ନିଶାର ପ୍ରଭାବରେ ତଳେ ପଡିଯିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯିବା ପରେ ରାତିରେ ଥାନାରେ ଅଟକ ରଖାଯାଇଥିଲା। ଆଜି ସକାଳେ ତାଙ୍କୁ ଥାନାରୁ ଛାଡିଦିଆଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.