Home ଜିଲ୍ଲା ପରିକ୍ରମା ପୋଲିସ ଆକ୍ରମଣରେ ଏଆଇସିସିଟିୟୁ ନେତ୍ରୀ ଗୁରୁତର,ଏସପିଙ୍କୁ ଭେଟିଲେ ପ୍ରତିନିଧି ଦଳ

ପୋଲିସ ଆକ୍ରମଣରେ ଏଆଇସିସିଟିୟୁ ନେତ୍ରୀ ଗୁରୁତର,ଏସପିଙ୍କୁ ଭେଟିଲେ ପ୍ରତିନିଧି ଦଳ

4

ଭଦ୍ରକ, ୧୬ା୨ – ଗତ ଫେବୃଆରୀ ୧୨ ତାରିଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ସର୍ବଭାରତୀୟ ଧର୍ମଘଟ ଚାଲିଥିବା ବେଳେ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ଜଣେ ପୋଲିସ କନଷ୍ଟେବଳଙ୍କ ଆକ୍ରମଣରେ ଏଆଇସିସିଟିୟୁ କର୍ମୀ ତଥା ଏଆଇପିଡବ୍ଲ୍ୟୁଏ ଭଦ୍ରକ ସମ୍ପାଦିକା ଜୟନ୍ତୀ ବିଶ୍ୱାଳ ଗୁରୁତର ଆହତ ହୋଇଥିଲେ। ଚିକିତ୍ସିତ ହେବାର ୪ ଦିନ ପରେ ଆଜି ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ପ୍ରାୟ ୧ମାସ ବିଶ୍ରାମ ନେବା ଲାଗି ଡାକ୍ତର ପରାମର୍ଶ ଦେଇଛନ୍ତି। ଏହି ଘଟଣାକୁ ନେଇ ଆଜି ଏକ ପ୍ରତିନିଧି ଦଳ ଭଦ୍ରକ ଏସପିଙ୍କୁ ଭେଟି ଦୋଷୀ କନଷ୍ଟେବଳ ଏବଂ ଅତିରିକ୍ତ ଏସପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପ୍ରତିନିଧି ଦଳରେ ଏଆଇସିସିଟିୟୁ ସାଧାରଣ ସମ୍ପାଦିକ ମହେନ୍ଦ୍ର ପରିଡା , ଭଦ୍ରକ ସମ୍ପାଦକ ସମର ବଳ, ଭୀମସେନ ଶଙ୍ଖୁଆ ଏବଂ ସିଟୁ ର ଦିବ୍ୟସିଂହ ନାୟକ, ନାରୀନେତ୍ରୀ ଶାନ୍ତିଲତା ରାଉତ, ପ୍ରଶାନ୍ତ ଶଙ୍ଖୁଆ,ପ୍ରମୁଖ ଏସପିଙ୍କୁ ଭେଟିଥିଲେ। ପୋଲିସର ବର୍ବରତା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦୃଢ କାର୍ଯ୍ୟାନୁଷ୍ଠାନ କରିବା ଲାଗି ଏସପି ପ୍ରତିଶୃତି ଦେଇଛନ୍ତି। ଯଦି ପୋଲିସ ପ୍ରଶାସନ ଉଚିତ ପଦକ୍ଷେପ ନ ନିଏ, ତେବେ ଏଆଇସିଟିୟୁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.