Home Top News ପୋଲିସ୍ ଆଖିରେ ଧୁଳି ଦେଇ ଲୁଚକାଳି ଖେଳୁଥିଲେ ଶର୍ମିଷ୍ଠା, ଏବେ ଗିରଫ

ପୋଲିସ୍ ଆଖିରେ ଧୁଳି ଦେଇ ଲୁଚକାଳି ଖେଳୁଥିଲେ ଶର୍ମିଷ୍ଠା, ଏବେ ଗିରଫ

69

ଭୁବନେଶ୍ୱର ୨୮-୩ (ଓଡ଼ିଆ ପୁଅ) କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି। ଶର୍ମିଷ୍ଠାଙ୍କ ସହ ସହଯୋଗୀ ଝୁନା ମଧ୍ୟ ଗିରଫ ହୋଇଛନ୍ତି। ତେବେ, କ୍ରାଇମବ୍ରାଞ୍ଚ ଓ ଭଦ୍ରକ ପୁଲିସର ମିଳିତ ଉଦ୍ୟମରେ ତାଙ୍କୁ ଗିରଫ କରାଯାଇଛି। ଭଦ୍ରକର ନାଳଙ୍ଗ ଅଞ୍ଚଳରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟଯେ, ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ କୁମାର ସ୍ୱାଇଁ ଭଦ୍ରକ ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱରରେ ହତ୍ୟା ଓ ପରେ ନୟାଗଡରେ ମୃତଦେହକୁ ପୋତିଦେବା ଘଟଣାରେ ସର୍ବପ୍ରଥମେ ୩ ଜଣଙ୍କୁ ଗରିଫ କରାଯାଇ କୋର୍ଟ ପଠାଯାଇଥିଲା ଏବଂ ପରେ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ଗିରଫ ହୋଇଥିଲେ। ମୃତ ମାନସଙ୍କ ପିତା ନୟାଗଡ ଜିଲା ରଣପୁର ଥାନା ଅଧୀନସ୍ଥ ନୂଆପୋଲି-ଗୁଡିପୋଖରୀ ନିବାସୀ ପଞ୍ଚାନନ ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ ମାନସ ଗତ ଫେବୃୟାରୀ ୬ ତାରିଖ ଏକ ବିବାହ ଉତ୍ସବର ଫଟୋ ସୁଟିଂ କରିବା ପାଇଁ ଭୁବନେଶ୍ୱରରୁ ଭଦ୍ରକକୁ ଫେରିଥିଲେ। ଏବଂ ତା’ ପରଦିନ ଅର୍ଥାତ୍ ଗତ ଫେବୃୟାରୀ ୭ ତାରିଖ ଦିନ ସକାଳୁ ମାନସ ବିବାହ ଉତ୍ସବର ଫଟୋ ସୁଟିଂ ସାରି ଚାନ୍ଦବାଲି ଥାନା ଅଧୀନସ୍ଥ ପଳାସପୁର ଗ୍ରାମରୁ ଫେରୁଥିଲେ। ସେହି ସମୟରେ ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ ଛକି ବସିଥିବା ଅଭିଯୁକ୍ତମାନେ ମାନସଙ୍କୁ ଏକ କାରରେ ଅପହରଣ କରିନେଇଥିଲେ। ଏହି ଘଟଣା ସଂପର୍କରେ ଥାନ୍ଦବାଲି ଥାନାରେ ଗତ ଫେବୃୟାରୀ ୧୪ ତାରିଖ ଦିନ ଏକ ମାମଲା ଯାହାର ନଂ ୬୩, ଦଫା ୩୬୩ / ୩୪ ଆଇପିସି ଓ ପରେ ୩୬୩ / ୩୬୪ / ୩୦୨/୪୬୫/୪୭୧/୪୦୨/୨୦୧/୩୪ ଆଇପିସି ରୁଜୁ ହୋଇଥିବାବେଳେ ଅନୁସନ୍ଧାନ ଓ ତଦନ୍ତ ଜାରି ରହିଥିଲା। ଏହା ପରେ ସରକାର ଏହି ତଦନ୍ତ ଭାରକୁ କ୍ରାଇମ ବ୍ରାଞ୍ଚକୁ ଦେଇଥିଲେ।

ଅନୁସନ୍ଧାନବେଳେ ଜଣାପଡିଥିଲା ଯେ ସେହି ୭ ତାରିଖ ରାତିରେ ଅଭିଯୁକ୍ତମାନେ ମାନସକୁ ଭୁବନେଶ୍ୱରର ଦୟାଲ ଆଶ୍ରମକୁ ନେଇ ତାଙ୍କୁ ନିର୍ମମ ଭାବେ ମାଡ ମାରିବା ସହ ହତ୍ୟା ମଧ୍ୟ କରିଥିଲେ। ଏବଂ ପରେ ଅଭିଯୁକ୍ତମାନେ ମାନସର ମୃତଦେହକୁ ନୟାଗଡ ଜିଲା ରଣପୁର ଥାନା ଅଧୀନସ୍ଥ ବାଡିପାଟନାର ଏକ ଚାଷକ୍ଷେତରେ ପୋତିଦେଇଥିଲେ। ପୁଲିସ୍‌ର ପଚରାଉଚୁରା ବେଳେ ଜଣେ ଅଭିଯୁକ୍ତ ଭଗନ ଓରଫ ଭାଗ୍ୟଧର ନାୟକ ସତକଥା ମାନିଥିଲେ। ଏବଂ ପୁଲିସ୍‌କୁ ମାନସର ମୃତଦେହ ପୋତାଯାଇଥିବା ସ୍ଥାନକୁ ନେଇଯାଇଥିଲେ। ସେଠାରେ ଖୋର୍ଦ୍ଧା ଜିଲା ଏସ.ଓ. ଡି.ଏଫ.ଏସ୍‌.ଏଲ୍ ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌, ପୁଲିସ୍‌, ପରିବାର ସଦସ୍ୟ ଓ ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ଉପଯୁକ୍ତ ପଦ୍ଧତି ସହିତ ମାନସର ମୃତଦେହକୁ ବିଚ୍ଛିନ୍ନ କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ଖୋର୍ଦ୍ଧା ଜିଲା ଖଣ୍ଡଗିରି ଥାନା ଅଧୀନସ୍ଥ ବରମୁଣ୍ଡା ଡାଏରୀ ଫାର୍ମ ବସ୍ତିର ପବନ ନାୟକଙ୍କ ପୁତ୍ର ଭାଗ୍ୟଧର (୨୬), ନୟାଗଡ ଜିଲା ରଣପୁର ଥାନା ଧମଡା (ବର୍ତ୍ତମାନ ଖୋର୍ଦ୍ଧା ଜିଲା ଖଣ୍ଡଗିରି ଥାନା ଅଧୀନସ୍ଥ ବରମୁଣ୍ଡା ଡାଏରୀ ଫାର୍ମ ବସ୍ତି) ର ବିମଲ ନାୟକଙ୍କ ପୁତ୍ର ନିଲୁ ଓରଫ ବିବେକ (୧୯) ଓ ଖୋର୍ଦ୍ଧା ଜିଲା ଶ୍ରୀ ଲିଙ୍ଗରାଜ ଥାନା ଅଧୀନସ୍ଥ ମଙ୍ଗଳସାହି ନିବାସୀ ଜଗନ୍ନାଥ ନାୟକଙ୍କ ପୁତ୍ର କୃଷ୍ଣଚନ୍ଦ୍ର (୫୦) ଙ୍କୁ ଦଫା ୩୬୩ /୩୬୪/୩୦୨/୪୬୫/୪୭୧/୨୦୧/୩୪ ମୂଳେ ଗତ ୧୨ ତାରିଖରେ ଗିରଫ କରିଥିଲା।

ଏବଂ ତା ପରଦିନ ୧୩ ତାରିଖରେ ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଥିଲା। ଏହି ଘଟଣାରେ ତଦନ୍ତ ଜାରି ରହିଥିବାବେଳେ ଆଜି ଅନ୍ୟ ଦୁଇଜଣ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଦୋବଲ ( ବର୍ତ୍ତମାନ ଖୋର୍ଦ୍ଧା ଜିଲା ଇନ୍‌ଫସିଟି ଥାନା ଅଧୀନସ୍ଥ ପ୍ରଶାନ୍ତିବିହାର) ର ସ୍ୱର୍ଗତଃ ସତ୍ୟାନନ୍ଦ ସେଠୀଙ୍କ ପୁତ୍ର ନିରଞ୍ଜନ (ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ) (୬୦) ଓ ନୟାଗଡ ଜିଲା ଓଡଗାଁ ଥାନା ଅଧୀନସ୍ଥ ପାଣିବନ୍ଧ (ବର୍ତ୍ତମାନ ଖୋର୍ଦ୍ଧା ଜିଲା ଖଣ୍ଡଗିରି ଥାନା ଅଧୀନସ୍ଥ ଜଗମରା) ର ପଙ୍କଜ ନାୟକଙ୍କ ପୁତ୍ର ରାଜ ଓରଫ ରଂଜନ (ଶଜ କମ୍ୟୁନିକେଶନର ମାଲିକ) (୨୯) ଙ୍କୁ ଗିରଫ କରାଯାଇ କୋର୍ଟ ଫରୱାଡ କରାଯାଇଥିବାର ସୂଚନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.