ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଖଡ଼ିପଦା ପଂଚାୟତର ଦକ୍ଷିଣ କୁରୂଆ ଗ୍ରାମରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ସରକାରୀ ପୋଖରୀ କୂଳରେ ବୋରିଂ କରାଯାଇଛି।ସେଠାରେ ମଧ୍ୟ ସିମେଂଟ ଓ ଇଟା ରେ ପିଣ୍ଡି କରା ଯାଇଛି। କେବଳ ଏହି ସ୍ଥାନ ନୁହେଁ, ବରଂ ଅନ୍ୟ ପଂଚାୟତ ର ଅନେକ ସ୍ଥାନରେ ଏଭଳି ବୋରିଂ ଖୋଳାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରକଳ୍ପ କେଉଁ ବିଭାଗର ଏବଂ ଏହାର ପ୍ରକୃତ ଉଦ୍ଦେଶ୍ୟ କଣ, ସେ ନେଇ ସ୍ଥାନୀୟ ଲୋକେ ସମ୍ପୂର୍ଣ୍ଣ ଅନ୍ଧାରରେ ଅଛନ୍ତି।ସରକାରୀ ନିୟମ ଏବଂ ବିଭିନ୍ନ ଯୋଜନା ଅନୁଯାୟୀ ଅନେକ ସମୟରେ ଭୂତଳ ଜଳ ସ୍ତର ବଢ଼ାଇବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ କୃତ୍ରିମ ଜଳ ଭରଣ କୁପ ନିର୍ମାଣ କରାଯାଏ। ଏଥିରେ ବର୍ଷା ଜଳକୁ ବୋରିଂ ମାଧ୍ୟମରେ ସିଧାସଳଖ ମାଟି ତଳକୁ ପଠାଯାଏ। ଯଦି ପୋଖରୀରେ ଜଳ କମ ରହୁଥାଏ, ତେବେ ଚାଷ କାମ ପାଇଁ ବୋରିଂ କରି ପୋଖରୀକୁ ପାଣି ଦିଆଯାଏ କିମ୍ବା ପୋଖରୀ କୂଳରେ ଥିବା ଜମିକୁ ସେଚନ ପାଇଁ ଏହା ବ୍ୟବହୃତ ହୁଏ।ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଯଦି ଏହା ଜଳ ସଂରକ୍ଷଣ ପାଇଁ, ତେବେ ପୋଖରୀ କୂଳରେ ପାଇପି ତ ପାଣି ସହ କୌଣସି ସମ୍ପର୍କ ନାହିଁ।ଏହାର ଆବଶ୍ୟକତା କଣ ଖାଲି ଥିବା ଏକ ସୁଚନା ଫଳକ ଟେ ଅଛି ସେଥିରେ କୌଣସି ସୁଚନା ଲେଖା ଯାଇନାହିଁ।ସୂଚନା ଫଳକ ନଥିବାରୁ କାମର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଅନେକ ସ୍ଥାନରେ ଏମିତି ବୋରିଂ ହେଉଛି, କିନ୍ତୁ କିଏ କରୁଛି ବା କାହିଁକି ହେଉଛି କେହି ଜାଣିନାହାନ୍ତି। ସରକାରୀ ଅର୍ଥର ଏହା ସଦୁପଯୋଗ ନା କେବଳ ବିଲ୍ କରିବା ପାଇଁ ପ୍ରହସନ। ” ଏହି କାମ କରୁଥିବା ଠିକାଦାର ଆଲୋକ ସ୍ୱାଇଁ ଙ୍କ ସହ ଯୋଗା ଯୋଗ କରିଥିଲୁ ମାତ୍ର ତାହା ସମ୍ଭବ ହୋଇ ପାରିନଥିଲା । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
Home ଜିଲ୍ଲା ପରିକ୍ରମା ପୋଖରୀ କୂଳରେ ବୋରିଂ: ଜଳ ସଂରକ୍ଷଣ ନା ଅପଚୟ, ଖଡ଼ିପଦା ପଂଚାୟତରୁ ଆସିଲା ଚିନ୍ତାଜନକ ଚିତ୍ର,...








