Home ଜିଲ୍ଲା ପରିକ୍ରମା ପୋଖରୀ ଉନ୍ନତି କରଣ ନିମନ୍ତେ ଛଅ କୋଟି ଟଙ୍କା କାଗଜ କଲମରେ ଖର୍ଚ୍ଚ

ପୋଖରୀ ଉନ୍ନତି କରଣ ନିମନ୍ତେ ଛଅ କୋଟି ଟଙ୍କା କାଗଜ କଲମରେ ଖର୍ଚ୍ଚ

137

ବଲାଙ୍ଗୀର ୧୬-୦୯ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ପୌରପରିଷଦ କୁ ଗତ ୨୦୧୮ ଓ ୨୦୧୯ ମସିହାରେ ସ୍ଥାନୀୟ ଦେଉବନ୍ଧ ପୋଖରୀ ଓ ଭରା ସାଗର ନାମକ ଦୁଇଟି ପୋଖରୀ ର ଉନ୍ନତି କରଣ ପାଇଁ ସରକାର ଛଅ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଉକ୍ତ ଦୁଇଟି ପୋଖରୀ କାର୍ଯ୍ୟ ପାଇଁ ପୋଖରୀରୁ ଜଳନିଷ୍କାସନ ସହ ଚାରି ପଟେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ଥଇଥାନ ବ୍ୟବସ୍ଥା ଗ୍ରହଣ କରିବା କୁହାଯାଇଥିଲା। ହେଲେ ପୂର୍ବତନ ପୌରପରିଷଦ ଅଧିକାରୀ ଓ ଠିକାଦାର ମିଶି ଜଳ ନିଷ୍କାସନ କରି ସେହିପରି ଛାଡ଼ି ଦେଇଥିଲେ। ଫଳରେ ବିସ୍ଥାପିତ ପରିବାରଙ୍କୁ କୌଣସି ସହାୟତା ନ ମିଳିବା ଓ ବର୍ଷା ଯୋଗୁଁ ପାଣି ପୂର୍ବପରି ରହିଯିବା ଦେଖାଯାଇଛି। ହେଲେ ସରକାରୀ ଉକ୍ତ ମଞ୍ଜୁରୀ ପ୍ରାପ୍ତ ଛଅ କୋଟି ଟଙ୍କାର କାର୍ଯ୍ୟ କାଗଜପତ୍ରରେ ସମ୍ପୂର୍ଣ୍ଣ କରି ଉକ୍ତ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହେଉଛି। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.