Home ଜିଲ୍ଲା ପରିକ୍ରମା ପୋଖରୀରେ ବୁଡି ୭ ବର୍ଷର ଚନ୍ଦନର ମୃତ୍ୟୁ

ପୋଖରୀରେ ବୁଡି ୭ ବର୍ଷର ଚନ୍ଦନର ମୃତ୍ୟୁ

9

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜ ମାମୁଁଘରକୁ ବୁଲିବାକୁ ଯାଇଥିବା ଜଣେ ନାବାଳକ ୭ ବର୍ଷର ଛାତ୍ର ସ୍ଥାନୀୟ ପୋଖରୀରେ ବୁଡି ମୃତ୍ୟୁବରଣ କରିବା ଭଳି ଅଭାବନୀୟ ଘଟଣା ଶୋକର ଛାୟା ଖେଳାଇଦେଇଛି ବାସୁଦେବପୁର ଅଂଚଳରେ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବାସୁଦେବପୁର ପୌରାଞ୍ଚଳ ନ୧ମ୍ବର ୱାର୍ଡ ନିବାସୀ ରଂଜିତ ଜାନାଙ୍କ ୭ ବର୍ଷର ପୁତ୍ର ଚନ୍ଦନ ତାର ମାମୁଁଘର କିସ୍ମତ କୃଷ୍ଣପୁର ପଞ୍ଚାୟତର ବହୁମାଘେରି ଗ୍ରାମକୁ ବୁଲିବାକୁ ଯାଇଥିଲା । ଆଜି ସ୍ଥାନୀୟ ଏକ ପୋଖରୀକୁ ଗାଧୋଇବାକୁ ଯାଇ ଗୋଡ ଖସିଯିବାରୁ ପୋଖରୀରେ ବୁଡି ମୃତ୍ୟୁବରଣ କରିଛି । ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଖବର ପାଇ ସ୍ଥାନୀୟ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.