Home ଜିଲ୍ଲା ପରିକ୍ରମା ପୋଖରୀରେ ବୁଡି ୩ ଶିଶୁ ମୃତ

ପୋଖରୀରେ ବୁଡି ୩ ଶିଶୁ ମୃତ

26

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୋଖରୀରେ ବୁଡି ୩ ଶିଶୁଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ଆତୁରିକଣା ଗ୍ରାମ ପଢିଆରିପଲ୍ଲୀ ପଂଚାୟତ ଡାହିସାହି ଅଙ୍ଗନୱାଡି କେନ୍ଦ୍ର ନିକଟରେ ଥିବା ପୋଖରୀ ନିକଟକୁ ଆସି ୩ ଜଣ ଶିଶୁ ଖେଳୁଥିଲେ । ଖେଳିବା ସମୟରେ ଅସାବଧାନତା ହେତୁ ୩ ଜଣ ଶିଶୁ ପୋଖରୀରେ ବୁଡିଯାଇଥିଲେ । ସ୍ଥାନୀୟ ଲୋକ ଭାସମାନ ଅବସ୍ଥାରେ ଶିଶୁଙ୍କୁ ଉଦ୍ଧାର କରି ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶିଶୁ ସାଢେ ତିନିବର୍ଷୀୟ ଲିପ୍ସା ପାତ୍ର, ପାୟଲ ପାତ୍ର (୪) ଓ ଭାରତୀ ପାତ୍ର (୪) ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.