ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର କିସ୍ମତ କୃଷ୍ଣପୁର ଗାଁରେ ଅଘଟଣ। ପୋଖରୀରେ ବୁଡି ୨ ଭଉଣୀ ମୃତ। ମୃତକଙ୍କ ନାମ ଚାନ୍ଦିନୀ ଓ ନନ୍ଦିନୀ। ଉଭୟ ସମ୍ପର୍କରେ ଦୁଇ ଭଉଣୀ। ସେମାନଙ୍କ ଘର ବାଂସଡା ଥାନା କରଣ ପଲ୍ଲୀ ଗାଁରେ। ଉଭୟଙ୍କର ବୟସ ୪ ରୁ ୫ ବର୍ଷ। ଅଜାଘର କିସ୍ମତ କୃଷ୍ଣପୁର ଗାଁକୁ ବାପା ମା ସହିତ ଦୁଇ ଭଉଣୀ ଆସିଥିଲେ। ଖେଳୁଥିବା ବେଳେ ପୋଖରୀରେ ପଡିଯାଇଥିଲେ। ପରିବାର ସଦସ୍ୟ ଖୋଜାଖୋଜିକରି ପୋଖରୀରୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନରେ ଭର୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।







