Home କେନ୍ଦୁଝର ପୋଖରୀରେ ବୁଡି ଯୁବତୀ ମୃତ

ପୋଖରୀରେ ବୁଡି ଯୁବତୀ ମୃତ

62

ହାଟଡିହି- ୧୩ / ୧୧ :(ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଶାସଙ୍ଗ ଗ୍ରାମରେ ଜଣେ ଯୁବତୀ ପୋଖରୀରେ ବୁଡିଯାଇ ପ୍ରାଣ ହରାଇଛନ୍ତି । ଗ୍ରାମର କାର୍ତ୍ତିକେଶ୍ୱର ସାହୁଙ୍କ ଝିଅ ଚୁମୁକିଲତା ସାହୁ (୨୩) ଆଜି ସକାଳେ ତାଙ୍କ ବାଡି ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତା ବସତଃ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ଦୀର୍ଘ ସମୟ ପର‌୍ୟ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଓ ସାହି ପଡିଶା ଲୋକମାନେ ଖୋଜାଖୋଜି କରିବା ପରେ ପୋଖରୀରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଚୁମୁକିର ବଡବାପା ରତ୍ନାକର ସାହୁଙ୍କ ଅଭିଯୋଗ ପରେ ନନ୍ଦିପଦା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବକୁ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଛି । ଚୁମୁକିର ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ମରଶରୀର ବ୍ୟବଚ୍ଛେଦ ହୋଇ ଗାଁକୁ ଆସିବାପରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.