Home କେନ୍ଦୁଝର ପୋଖରୀରେ ପଡି ଯୁବକ ମୃତ

ପୋଖରୀରେ ପଡି ଯୁବକ ମୃତ

802

ହାଟଡିହି -୧୫ । ୮ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଡଙ୍ଗା ଗ୍ରାମରେ ଜଣେ ଯୁବକ ପୋଖରୀରେ ପଡି ମୃତ୍ୟୁବରଣ କରିଛି । ଖବରରୁ ଜଣାଯାଇଛି ଯେ ଅକ୍ଷୟ ପାତ୍ରଙ୍କ ପୁଅ ରାଜେଶ ପାତ୍ର (୧୮) ଆଜି ମଧ୍ୟାହ୍ନରେ ବିଲକୁ ବାପାଙ୍କ ପାଇଁ ଜଳଖିଆ ଦେବାକୁ ଯାଇ ଫେରୁଥିବାବେଳେ ନିକଟସ୍ଥ ଏକ ପୋଖରୀକୁ ଗୋଡ ଧୋଇବାକୁ ଯାଇଥିଲେ । କିନ୍ତୁ ସେଠାରେ ଅସାବଧାନତା ବସତଃ ତାର ଗୋଡ ଖସିଯିବାରୁ ସେ ପାଣିରେ ପଡି ଯାଇ ଦୀର୍ଘସମୟ ପର୍ଯ୍ୟନ୍ତ ବୁଡିଯାଇଥିଲେ । ପରିବାର ଲୋକେ ତାର ଫେରିବା ଡେରି ହେବା ଦେଖି ଖୋଜାଖୋଜି କରିବାପରେ ସେହି ପୋଖରୀରେ ରାଜେଶ ନେଇଥବବା ବ୍ୟାଗଟି ଭାଷୁଥିବା ଦେଖି ଖୋଜାଖୋଜି କରିବାପରେ ତାକୁ ପୋଖରୀରୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.