Home କେନ୍ଦୁଝର ପୋଖରୀରେ ପଡି ବୃଦ୍ଧ ମୃତ

ପୋଖରୀରେ ପଡି ବୃଦ୍ଧ ମୃତ

96

ହାଟଡ଼ିହି, ୨୯ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଣିଆପଙ୍କ ଗ୍ରାମରେ ପୋଖରୀରେ ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ବିମ୍ବାଧର ନାୟକ ନାମକ ଜଣେ ୭୫ବର୍ଷର ବୃଦ୍ଧ ଆଜି ସକାଳୁ ସକାଳୁ ଶୌଚପାଇଁ ଗାଁ ପୋଖରୀକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଗାଁ ପୋଖରୀରୁ ତାଙ୍କୁ ଉଦ୍ଧାର କରି ଆଗରପଡା ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.