Home ଓଡ଼ିଶା ପୋଖରୀରୁ ପଙ୍କ ଉଦ୍ଧାର ଲୋକଦେଖାଣିଆ ଭାବେ କରି ସମସ୍ତ ଟଙ୍କା ହଡପ

ପୋଖରୀରୁ ପଙ୍କ ଉଦ୍ଧାର ଲୋକଦେଖାଣିଆ ଭାବେ କରି ସମସ୍ତ ଟଙ୍କା ହଡପ

162

ଟିଟିଲାଗଡ଼ ୧୮-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ପୌରପରିଷଦ ବିଭାଗ ପକ୍ଷରୁ ସରକାରୀ ଭାବେ ଟିଟିଲାଗଡ଼ର ତିନୋଟି ମୁଖ୍ୟ ବ୍ୟବହୃତ ହେଉଥିବା ପୋଖରୀରୁ ପଙ୍କ ଉଦ୍ଧାର ପାଇଁ ସରକାରୀ ଅନୁଦାନ ଆସିଥିଲା। ଉକ୍ତ ତିନୋଟି ପୋଖରୀରୁ ପଙ୍କ ଉଦ୍ଧାର ସହ ନୂତନୀକରଣ ବଦଳରେ ଠିକାଦାର କାର୍ଯ୍ୟ ସାମାନ୍ୟ କିଛି ଲୋକଦେଖାଣିଆ ଭାବେ କରି ସମସ୍ତ ଟଙ୍କା ହଡପ କରିଦେଇଥିବା ନେଇ ଲିଖିତ ଅଭିଯୋଗ ହୋଇଛି। ସେହିପରି ଏହି ପୋଖରୀ କାର୍ଯ୍ୟ ପାଣି ଶୁଖିବା ଓ ଗ୍ରୀଷ୍ମ ଋତୁରେ ସମ୍ପୂର୍ଣ୍ଣ ଜାଣି ଶୁଣି ନ କରି ଏବେ ବର୍ଷା କୁ ଅପେକ୍ଷା କରିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। କେବଳ ମେସିନ ଦ୍ଵାରା ସାମାନ୍ୟ କାମ ଆରମ୍ଭ ଲୋକ ଦେଖାଣିଆ ଭାବେ କରି ଓ ମହାରାଜ ସାଗର ନିକଟରେ ରହିଥିବା ଗୃହ ଗୁଫିକୁ ଉଛେଦ କରି ଦେଇ ସେମିତି ପୂର୍ବବତ ଛାଡିଦିଆଯାଇଛି। ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରାପ୍ତ କୁମୁଡ଼ା ପାହାଡ଼ ସ୍ଥିତ ଦେଓବନ୍ଧ ପୋଖରୀ ଅବସ୍ଥାରେ ମଧ୍ୟ କୌଣସି ପ୍ରକାର ପରିବର୍ତ୍ତନ ଦେଖାଦେଇନାହିଁ। ବର୍ତ୍ତମାନ ବର୍ଷା ଆସିବା ବେଳକୁ ଏହି ପୋଖରୀ ଗୁଡିକ ପାଣିରେ ଭର୍ତ୍ତି ହୋଇଯିବ ଓ ତାର ସୁଯୋଗ ନେଇ ଠିକାଦାର ମାଟିଖୋଳା ଓ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପାଦନ କିପରି କରିବେ ସହଜେ ଅନୁମେୟ। ସେହିପରି ସ୍ଥାନୀୟ ହାଟ ପଦା ଦୈନିକ ଓ ସାପ୍ତାହିକ ବଜାର ର ପରିଚାଳନା ଅବ୍ୟବସ୍ଥା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି। ଏପରି କି ଟେଣ୍ଡର ଆକାରରେ ମୋଟା ଅଙ୍କ ଦୋକାନୀଙ୍କ ଠାରୁ ନେଇ ପୂର୍ବରୁ ଥିବା ଦୋକାନ ଉଚ୍ଛେଦ କରି ସେମିତି ଛାଡିଦିଆଯାଇଛି। ଏହି କାର୍ଯ୍ୟ ସମ୍ପାଦନ ନେଇ ତୀବ୍ର ବିରୋଧ ସାଧାରଣ ଲୋକେ କରିଆସୁଥିବା ବେଳେ ଏ ନେଇ କେତେ ଟଙ୍କାର ଟେଣ୍ଡର ହୋଇଛି ଓ କେତେ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ ହେବା ଧାର୍ଯ୍ୟ କରାଯାଇଛି ସେ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହେଉଥିବା ବେଳେ ବିନା ଟେଣ୍ଡରରେ ମୁଡ଼ା ପୋଖରୀରୁ ଜଳ ନିଷ୍କାସନ ନେଇ ତଦନ୍ତ କରିବା ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.