Home ଜିଲ୍ଲା ପରିକ୍ରମା ପୋଖରିରେ ପଡି ଦୁଇସାଙ୍ଗ ମୃତ

ପୋଖରିରେ ପଡି ଦୁଇସାଙ୍ଗ ମୃତ

13

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମୃତ୍ୟୁ ଯେମିତି ନିର୍ଜନ ସ୍ଥାନରେ ଥିବା ପୋଖରି ହୁଡାରେ ଛକି ବସିଥିଲା । ସାଙ୍ଗ ହୋଇ ଖେଳୁଥିଲେ, ଆଜି ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ । ଏମିତି ହୃଦୟ ବିଦାରକ ଘଟଣା ସଭିଙ୍କ ଆଖିରୁ ଲୋତକଧାରା ଝରାଇ ଦେଇଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ପୈାରପାଳିକା ଅଧିନ ରାଧାବଲ୍ଲଭପୁର ଗ୍ରାମର କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର(୧୭) ଓ ସତ୍ୟବାନ ବେହେରାଙ୍କ ପୁଅ ଜ୍ୟୋର୍ତିମୟ(୧୩)ଆଜି ରବିବାର ଥିବାରୁ ସାଙ୍ଗ ହୋଇ ଖେଳିବାକୁ ବିଲମଝିରେ ଥିବା ପାଖରି କୂଳକୁ ଯାଇଥିଲେ । ପୋଖରି କୂଳରେ ଖେଳୁଥିବା ସମୟରେ ଅସାବଧାନତା କାରଣରୁ ପୋଖରିରେ ପଡିଯାଇଥିଲେ । ଖୋଜାଖୋଜି ପରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ବିଜୁଳି ବେଗରେ ଖେଳିଯିବାରୁ ଡାକ୍ତରଖାନା ପରିସରରେ ଦେଖଣାହାରୀଙ୍କ ଭିଡ ଜମିଥିଲା । ଖବରପାଇ ପୋଲିସ ମାମଲା ଋଜୁ କରି ଶବ ବ୍ୟବଛେଦ ପାଇଁ ଭଦ୍ରକ ପଠାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.