Home ଜିଲ୍ଲା ପରିକ୍ରମା ପେଟ୍ରୋଲ ପମ୍ପ ପାଇଖାନାରୁ ମିଳିଲା ଟ୍ରକ ଡ୍ରାଇଭରଙ୍କ ମୃତ ଦେହ

ପେଟ୍ରୋଲ ପମ୍ପ ପାଇଖାନାରୁ ମିଳିଲା ଟ୍ରକ ଡ୍ରାଇଭରଙ୍କ ମୃତ ଦେହ

177

ବାହାନଗା,୧୩ା୧୦(ଭାରତୀ ଦାସ/ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରିକପୁର ନିକଟରେ ଥିବା ଆଦିରୁପା ପେଟ୍ରୋଲ ପମ୍ପର ପାଇଖାନାରରୁ ଜଣେ ଟ୍ରକ ଡ୍ରାଇଭରର ମୃତ ଦେହ ମିଳିଛି । ମୃତକ ଜଣକ ଡ୍ରାଇଭର କୁଟେଶ୍ୱର ରାଓ(୫୦) । ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ଏକ ଚାଉଳ ବେଝେଇ ଟ୍ରକ ରାଞ୍ଚିରୁ ଚାଉଳ ବୋଝେଇ କରି କାକିନଡ଼ା ଯାଉଥିଲା । ସେଠାରେ ଟ୍ରକର ଡ୍ରାଇଭର ଓ ହେଲପର ବିଶ୍ରାମ ନେବା ପାଇଁ ଅଟକି ଥିଲେ । ପରେ ଡ୍ରାଇଭର ପାଇଖାନା ଯାଇଥିଲେ । ବହୁ ସମୟ ପର‌୍ୟ୍ୟନ୍ତ ନ ଆସିବାରୁ ତାକୁ ଖୋଜା ଖୋଜି କରିବା ପରେ ଡ୍ରାଇଭର କୁଟେଶ୍ୱରକୁ ପାଇଖାନା ଭିତରୁ ପାଇ ଥିଲେ । ସଙ୍ଗେସଙ୍ଗେ ତାକୁ ସୋର ଡାକ୍ତର ଖାନାକୁ ନେଇ ଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୋଲିସ ଡାକ୍ତର ଖାନାରେ ପହଞ୍ଚି ତଦନ୍ତ କରିଥିବା ବେଳେ ହୃଦ ଘାତରେ ମୃତ୍ୟୁ ବରଣ କରିଥିବାର ସନ୍ଦେହ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.