Home ଜିଲ୍ଲା ପରିକ୍ରମା ପେଟ୍ରୋଲ ଢାଳି ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ, ଏସପିଙ୍କ ନିର୍ଦେଶ ପରେ ବି ତିନି ମାସ...

ପେଟ୍ରୋଲ ଢାଳି ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ, ଏସପିଙ୍କ ନିର୍ଦେଶ ପରେ ବି ତିନି ମାସ ଧରି ଆସାମୀଙ୍କୁ ଗିରଫ କରୁନି ପୋଲିସ

7

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଚଷାଖଣ୍ଡ ଗାଁର ରମାକାନ୍ତ ଦାସ ମଙ୍ଗବାର ଦିନ ଚାନ୍ଦବାଲି ଥାନା ପରିସରରେ ଦିବା ଏକ ଘଟିକା ସମୟରେ ପେଟ୍ରୋଲ ନିଜ ଦେହରେ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅଭିଯୋଗ ଅନୁସାରେ ମତୋ ଅଂଚଳର ଜଣେ ମୋବାଇଲ ଦୋକାନୀ ଏବଂ ତାର ଦୁଇ ସହଯୋଗୀ ତାଙ୍କୁ ମାଡ଼ ମାରିବା ସହିତ ତାଙ୍କୁ ଜାତିଆଣ ଆକ୍ଷେପ କରିଥିଲେ । ଉକ୍ତ ଘଟଣାକୁ ନେଇ ରମାକାନ୍ତ ମତୋ ଫାଣ୍ଡିରେ ଏତେଲା ଦେଇଥିଲେ । କିନ୍ତୁ ମତୋ ଫାଣ୍ଡି ଅଧିକାରୀ କୌଣସି ଚାପରେ ପଡି ଆସାମୀଙ୍କୁ ଗିରଫ କରିନଥିଲେ । ତେଣୁ ସେ ବାଧ୍ୟ୍ୟ ହୋଇ ପନ୍ଦର ଦିନ ତଳେ ଭଦ୍ରକ ଏସପିଙ୍କୁ ଭେଟିବାକୁ ଯାଇଥିବା ବେଳେ ଏସପି ମଧ୍ୟ ଚାନ୍ଦବାଲି ଆଇ ଆଇ ସିଙ୍କୁ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଗିରଫ ପୋଲିସ ଆସାମୀଙ୍କୁ କଲାନାହଁ ତେଣୁ ନ୍ୟାୟ ନପାଇ ସେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ସେ କହିଛନ୍ତି । ଅନ୍ୟ ପଟେ ଘଟଣା ସମ୍ପର୍କରେ ଆଇ ଆଇ ସି ଖବର ପାଇ ଦୌଡ଼ି ଆସି ତାକୁ ଦିଆସିଲି ମାରିବାରୁ ଅଟକାଇବା ସହ ତାକୁ ପାଣିରେ ଧୋଇଥିଲେ । କିଛି ସମୟ ପାଇଁ ଥାନା ପରିସର ଯାମ ହେବା ସହ ଦେଖାଣିହାରିଙ୍କ ଭିଡ଼ ଥାନା ପରିସରରେ ଲାଗିରହିଥିଲା ପରେ ରମାକାନ୍ତ ଦାସଙ୍କୁ ଥାନା ଭିତରତକୁ ନେଇଯାଇଥିଲେ ଓ ଅନ୍ୟ ଏକ ଏତେଲା ଦେବା ପାଇଁ କହିବା ସହିତ ଘଟଣା ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ଘଟଣା ସମ୍ପର୍କରେ ଆଇ ଆଇସି ପରେଶ ମହାନ୍ତି କହିଛନ୍ତି ଏସପିଙ୍କ ନିର୍ଦେଶ ପାଇ ମୁଁ ସମ୍ପୂକ୍ତ ଏତଲାକାରୀଙ୍କୁ ଥାନାକୁ ଡ଼ାକିଥିଲି ସେ ଆସିନଥିଲା । ଏତେଲା ମତୋ ଫାଣ୍ଡିରେ ହୋଇଥିଲା ମୁଁ ବିଳମ୍ୱରେ ଜାଣିଲି । ପୋଲିସ କାହା ଚାପରେ ଏତେ ଦିନ ପର୍ଯ୍ୟନ୍ତ ଗିରଫ କରୁନାହିଁ ଓ ସମ୍ପୂକ୍ତ ଆସାମୀ ମାନଙ୍କୁ ଶୀଘ୍ର ଗିରଫ କରିବାକୁ ସମାଜସେବୀ ସୁକାନ୍ତ ସାମଲ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.