Home ଓଡ଼ିଶା ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଅହେତୁକ ବୃଦ୍ଧିକୁ ନେଇ ବିଜେଡ଼ିର ବିକ୍ଷୋଭ

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଅହେତୁକ ବୃଦ୍ଧିକୁ ନେଇ ବିଜେଡ଼ିର ବିକ୍ଷୋଭ

29

ପୁରୀ -୦୧-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟଭହାର୍ଯ୍ୟ ସାମଗ୍ରୀ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଫଳରେ ଲୋକମାନେ ଏବେ ତ୍ରାହି ତ୍ରାହି ଡାକିଲେଣି। ହେଲେ କେନ୍ଦ୍ର ବିଜେପି ସରକାର ଦରଦାମ ନିୟନ୍ତ୍ରଣ ସମତେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଅହେତୁକ ଦରକୁ ନିୟନ୍ତ୍ରଣ କରୁନାହାଁନ୍ତି। ଏହାର ପ୍ରତିବାଦ ଓଡିଶାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଆଜି ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ବିପକ୍ଷରେ ଧାରଣା, ଆନ୍ଦୋଳନ ଓ ବିକ୍ଷୋଭ କରାଯାଇଛି। ପୁରୀରେ ଜିଲ୍ଲା ବିଜୁ ମହିଳା ଜନତା ଦଳ କର୍ମୀ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। କେନ୍ଦ୍ର ବିଜେପି ସରକାର ତୁରନ୍ତ ସତକ ଅତିକ୍ରମ କରିଥିବା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର କମାଇବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ବିଜେଡି ଆହୁରି ଆନ୍ଦୋଳନ ତୀବ୍ରତର କରିବ ବୋଲି କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.