Home ଜିଲ୍ଲା ପରିକ୍ରମା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

38

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଜଣେ ଆଦିବାସୀ ଯୁବକକୁ କିଛି ଅସାମାଜିକ ବ୍ୟକ୍ତି ମଦ ପିଇ ମରଣାନ୍ତକ ଆକ୍ରମଣ କରିଥିବା ବିଷୟ ଗ୍ରାମାଂଚଳ ଥାନାରେ ହୋଇଥିବା ଅଭିଯୋଗ ପତ୍ରରୁ ଜଣାପଡିଛି। ଏହି ଘଟଣା ସଂପର୍କରେ ଗୁରୁତର ଆହତ ଯୁବକଙ୍କ ପତ୍ନୀ ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ଏହି ଥାନା ଅଧୀନସ୍ଥ ବିଷ୍ଣୁପୁର ପଂଚାୟତ ମଧୁସୂଦନପୁର ଗ୍ରାମର ଆଦିବାସୀ ସଂପ୍ରଦାୟର ଅନୀଲ ସିଂ ଜଣେ ଗାଡି ଚାଳକ ଅଟନ୍ତି। ଅର୍ଣ୍ଣପାଳ ଓକରା ଗ୍ରାମର ମନୋଜ କୁମାର ପତିଙ୍କର ସେ ଗାଡି ଚାଳକ ଥାଇ ଏକ ଘଟଣାରେ ଅପରପକ୍ଷଙ୍କ ସହ ମନୋଜଙ୍କ ରାଜନୈତିକ ଶତ୍ରୁତା କାରଣରୁ ସେ ସାକ୍ଷୀ ପଡିଥିଲେ। ଏହି ଘଟଣାରୁ ଗତକାଲି ରାତିରେ ଅନୀଲ ସପରିବାର ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧.୩୦ ସମୟରେ ମନୋଜଙ୍କ ସହ ଶତ୍ରୁତା ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ୱର୍ଗତଃ ଧୃବ ବେହେରାଙ୍କ ପୁତ୍ର କୁଣ୍ଡ ଓ ଡମ୍ବରୁ ବେହେରାଙ୍କ ପୁତ୍ର ବାପି, ରସାନନ୍ଦ ବେହେରାଙ୍କ ପୁତ୍ର ସୁଶାନ୍ତ, ଯାହାଙ୍କର ଘର ଅର୍ଣ୍ଣପାଳ ଓକରା ଅଟେ, ସେମାନେ କବାଟ ବାଡେଇବାରୁ ତାଙ୍କ ପତ୍ନୀ ନିର୍ମଳା ଖୋଲିଦେବାରୁ ଅନୀଲଙ୍କୁ ସେମାନେ ଘୋଷାଡି ନେଇ ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ପତ୍ନୀ ନିର୍ମଳା ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ ମାରି ତଳେ ପକାଇ ଦେଇଥିଲେ। ଏହି ଘଟଣା ସମୟରେ ରସାନନ୍ଦ ବେହେରା ନାମକ ଯୁବକ ମଧ୍ୟ ଉପସ୍ଥିତ ଥିଲା। ଏହି ବ୍ୟକ୍ତିମାନେ ଅନୀଲକୁ ମନୋଜ ସପକ୍ଷରେ କାହିଁକି ସାକ୍ଷୀ ଦେଲୁ କହି ତାହା ନଉଠାଇଲେ, ତାକୁ ଜୀବନରୁ ମାରିଦେବାର ଚେତାବନୀ ଦେଇଥିଲେ। ଏହି ଘଟଣାରେ ଅନୀଲ ଏବେ ଗୁରୁତର ଭାବେ ଆହତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ପରିବାର ସୁରକ୍ଷିତ ନାହାଁନ୍ତି। ଏଣୁ ପତ୍ନୀ ନିର୍ମଳା ଏହି ଘଟଣାରେ ଅଭିଯୁକ୍ତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ତାଙ୍କୁ ସୁରକ୍ଷା ଦିଆନଗଲେ ସେ ବାଧ୍ୟହୋଇ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.