Home ଅପରାଧ ପୂର୍ବ ଶତୃତା ହିଁ ବୃଦ୍ଧ ଦମ୍ପତିଙ୍କ ହତ୍ୟାର ମୂଖ୍ୟ କାରଣ:ପୁଲିସ

ପୂର୍ବ ଶତୃତା ହିଁ ବୃଦ୍ଧ ଦମ୍ପତିଙ୍କ ହତ୍ୟାର ମୂଖ୍ୟ କାରଣ:ପୁଲିସ

469

କଟକ୧୫ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ସହରର ମଧୁପାଟଣା ଥାନା ବେଲେଶ୍ୱରରେ ଘଟିଥିବା ବୃଦ୍ଧ ଦମ୍ପତି ଶ୍ରୀନାଥ ଓ ବିଦୁଲତା ହତ୍ୟାକାଣ୍ଡ କୁ ଲୁଟ ପରେ ହତ୍ୟା କରାଯାଇଥିବା  ଅନୁମାନ ଖୁଲାସା କରିଛି ପୁଲିସ । ପୂର୍ବ ଶତୃତା ହିଁ ଏକ ମାତ୍ର କାରଣ ବୋଲି ପୋଲିସ ତଦନ୍ତରୁ ସାମନାକୁ ଆସିଛି । ହତ୍ୟାକାରୀମାନେ ଯୋଜନାବଦ୍ଧଭାବେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି । ବୃଦ୍ଧ ଦମ୍ପତିଙ୍କ ସହ ଦୃବୁର୍ତ୍ତମାନଙ୍କର କୌଣସି କାରଣକୁ ନେଇ ପୂର୍ବ ଶତୃତା ଥିଲା,’’ କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ। ଦୃବୁର୍ତ୍ତମାନେ ଶ୍ରୀନାଥଙ୍କ ଆଲମାରୀକୁ ଖୋଲିଥିଲେ ମଧ୍ୟ ସେଥିରୁ କୌଣସି ଜିନିଷ ନେଇ ନାହାନ୍ତି । ଏପରିକି ଆଲମାରୀ ଖୋଲିବା ପରେ ସୁନା ଅଳଙ୍କାର ଥିବା ବ୍ୟାଗଟି ମଧ୍ୟ ସେଠାରେ ସେମିତି ଥିଲା । ତା’ ସହ କିଛି ନଗଦ ଟଙ୍କା ମଧ୍ୟ ରହିଥିଲା । ସେସବୁକୁ ଦେଖି ବି ଦୁବୃର୍ତ୍ତମାନେ ଲୁଟ୍ କରି ନାହାନ୍ତି । ହତ୍ୟାକୁ ଏକ ଲୁଟ୍  ଘଟଣାର ରୂପ ଦେବା ପାଇଁ ଦୃବୁର୍ତ୍ତମାନେ ଶ୍ରୀନାଥଙ୍କ ଘରେ ଥିବା ଆଲମାରୀକୁ ଖୋଲିଥିଲେ ବୋଲି ପୋଲିସ ସନ୍ଦେହ କରୁଛି । ଦୃବୁର୍ତ୍ତମାନେ କିଛି କାଗଜ ପତ୍ରର ସନ୍ଧାନରେ ଥିଲେ ବୋଲି ମଧ୍ୟ କଥା ସାମନାକୁ ଆସୁଛି । ମୃତ ଶ୍ରୀନାଥଙ୍କ ଠାରୁ କିଛି ଲୋକ ମୋଟା ଅଙ୍କର ଟଙ୍କା ସୁଧରେ ନେଇଥିବା କଥା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି । ତେବେ ଦୃବୁର୍ତ୍ତମାନେ ସେହି ସୁଧ ବାବଦରେ କିଛି ଏଗ୍ରିମେଣ୍ଟ୍ କାଗଜ ଖୋଜୁଥାଇ ପାରନ୍ତି ବୋଲି ସନ୍ଦେହ ସୃଷ୍ଟି ହେଉଛି ।ଏହାରି ଭିତରେ ଅନେକ ଲୋକଙ୍କୁ ପୋଲିସ ସନ୍ଦେହ ଘେରକୁ ନେବା ସହ ପଚରା ଉଚରା ମଧ୍ୟ କରୁଛି । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ପୋଲିସ ଘଟଣାସ୍ଥଳ ପରିଦର୍ଶନ ମଧ୍ୟ କରାଇଥିଲା । ତେବେ ସମ୍ପୃକ୍ତ ମହିଳା ଜଣକ କିଏ ତାହା ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ପୁଲିସ ଗୋପନ ରଖିଛି । ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ସେଲ୍ ଚ଼ାଲିଥିବା ବେଳେ ଶ୍ରୀନାଥ ଓ ବିଦୁଲତା ଏହି ସେଲରେ ନିଜ ନାମ ପଞ୍ଚିକୃତ କରିନଥିଲେ । ପଞ୍ଜିକରଣ କରିନଥିବା ବରିଷ୍ଠ ନାଗରୀକଙ୍କ ସଂଖ୍ୟା କେତେ ତାହାର ଅନୁଧ୍ୟାନ କରିବା ସହ ସେମାନଙ୍କ ପାଖରେ ପହଁଚି଼ ପଞ୍ଚିକରଣ କା~ðý କରାଇବା ପାଇଁ ଏକ ସ୍ବତନ୍ତ୍ର ଡ୍ରାଇଭ କରାଯିବ,କହିଛନ୍ତି କଟକ ଡିସିପି । ସୁଚନାଯୋଗ୍ୟ-ଗତ ଗୁରୁବାର ରାତି ପ୍ରାୟ ୭ଟା ରୁ ୮ଟା ମଧ୍ୟରେ ବେଲେଶ୍ବର ମନ୍ଦିର ନିକଟରେ ଥିବା ନିଜ ଘରେ ଏକାକୀ ରହୁଥିବା ଅବସରପ୍ରାପ୍ତ ସରକାରୀ ଅଧିକାରୀ ଶ୍ରୀନାଥ ସମାଲ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ରରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଡିସିପି ପ୍ରମୋଦ ରଥଙ୍କ ନେତୃତ୍ବରେ ଏକ ଚାରିଜଣିଆ ପୋଲିସ ଟିମ୍ ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.