Home ଜିଲ୍ଲା ପରିକ୍ରମା ପୂର୍ବ ଗଣ୍ଡଗୋଳକୁ ନେଇ ଗୋଷ୍ଠି ସଂଘର୍ଷ, ପୁଲିସ ଦ୍ୱାରା ଆୟତାଧିନ

ପୂର୍ବ ଗଣ୍ଡଗୋଳକୁ ନେଇ ଗୋଷ୍ଠି ସଂଘର୍ଷ, ପୁଲିସ ଦ୍ୱାରା ଆୟତାଧିନ

12

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅଂଚଳ ର ଜୟନଗର ଗ୍ରାମର ସାତଦିନ ପୂର୍ବେ ସ୍ୱାମୀ ସ୍ତ୍ରୀ ଆସୁଥିବା ବେଳେ ଧାମନଗର ରାସ୍ତା ରେ ଅନ୍ୟ ସଂପ୍ରଦାୟର ବ୍ୟକ୍ତି ତାଙ୍କୁ କମେଂଟ କରିଥିଲେ । ଏ ନେଇ ସ୍ୱାମୀ ସ୍ତ୍ରୀ ଧାମନଗର ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣଷି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ତେବେ ସେହି ଘଟଣା କୁ ନେଇ ରବିବାର ସନ୍ଧ୍ୟା ରେ ଜୟନଗର ଛକ ଠାରେ ଉଭୟ ଗୋଷ୍ଠି ଙ୍କ ପକ୍ଷରୁ ଗଣ୍ଡଗୋଳ ଲାଗିଥିଲେ ଏ ନେଇ ତିନିଜଣ ମଧ୍ୟ ଆହାତ ହୋଇଛନ୍ତି। ୪ ଟି ବାଇକି ମଧ୍ୟ ଭାଙ୍ଗି ରୁଜି ଯାଇଛି। ଏହି ସମୟରେ ଭୟରେ କିଛି ସମୟ ପାଇଁ ବସ ଓ ଅନ୍ୟାନ୍ୟ ଗାଡି ବନ୍ଦ ହୋଇଯାଇଥିଲା।ଖବର ପାଇ ଧାମନଗର ଥାନା ର ଆଇ ଆଇ ସି ଗୋପାଳ ଜେନା ଓ ପୋଲିସ ଫୋର୍ସ ଘଟଣା ସ୍ଥଳ ରେ ପହଂଚି ଉଭୟ ଙ୍କୁ ଘଉଡାଇ ଥିଲେ ।ଏବଂ ଉଭୟ ପକ୍ଷରୁ ତିନି ଜଣଙ୍କୁ ପୋଲିସ ପଚରା ଉଚରା କରୁଛି।ତେବେ ଥାନା ଆଗରେ ଗୋଟିଏ ଗୋଷ୍ଠି ହାଲାଗୁଲା କରୁଥିବା ବେଳେ ପୋଲିସ ତାଙ୍କୁ ଘଉଡାଇ ଦେଇଥିଲେ। ତେବେ ଧାମନଗର ରେ ମୃଦୁ ଉତେଜନା ଥିବାରୁ ପୋଲିସ ଦ୍ୱାରା ତାହା ଆୟତାଧୀନ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.