Home ଜିଲ୍ଲା ପରିକ୍ରମା ପୂର୍ବତନ ସିପିଆଇ(ଏମ) ନେତା ତଥା ବରିଷ୍ଠ ଅଧିବକ୍ତା ନିରାକାର ଜେନାଙ୍କ ମୃତ୍ୟୁରେ ଶୋକ

ପୂର୍ବତନ ସିପିଆଇ(ଏମ) ନେତା ତଥା ବରିଷ୍ଠ ଅଧିବକ୍ତା ନିରାକାର ଜେନାଙ୍କ ମୃତ୍ୟୁରେ ଶୋକ

17

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି, ପୂର୍ବତନ ସିପିଆଇ(ଏମ) ନେତା,ତତ୍କାଳୀନ ଭଦ୍ରକ ବିଜ୍ଞାପିତ ଅଂଚଳ ପରିଷଦ ର ପୂର୍ବତନ ଅଧ୍ୟକ୍ଷ, ଭଦ୍ରକ ଓକିଲ ସଂଘର ପୂର୍ବତନ ସଭାପତି, ମିଳିତ ନିଶା ନିବାରଣ ଅଭିଯାନ ର ଭଦ୍ରକ ଜିଲ୍ଲା ସଭାପତି, ଭଦ୍ରକ ଜିଲ୍ଲାର ବହୁ ସାଂସ୍କୃତିକ, ସାହିତ୍ୟିକ ଓ ସାମାଜିକ ସଂଗଠନ ର ମୁଖ୍ୟ ତଥା ଭଦ୍ରକ ଜିଲ୍ଲାର ଅନ୍ୟତମ ମୁରବୀ ବରିଷ୍ଠ ଅଧିବକ୍ତା ନିରାକାର ଜେନା ଆଜି ସକାଳୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି । ବାମପନ୍ଥୀ ଛାତ୍ର ଆନ୍ଦୋଳନରୁ ରାଜନୈତିକ ଜୀବନ ଆରମ୍ଭ କରି ସମାଜର ଅବହେଳିତ ଓ ନିସ୍ପେସିତ ମଣିଷ ଙ୍କ ଅଧିକାର ପାଇଁ ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ ଲଢେଇ ଜାରି ରଖିଥିଲେ । ଅଧିକାଂଶ ଗରିବ ଲୋକଙ୍କ ମକଦ୍ଦମା ସେ ଜିଲ୍ଲା ନ୍ୟାୟାଳୟ ପରିସରରେ ମାଗଣାରେ ଲଢୁଥିଲେ । ସେଥିପାଇଁ ଭଦ୍ରକ ଜିଲ୍ଲାବାସୀ ବରିଷ୍ଠ ଅଧିବକ୍ତା ନିରାକାର ଜେନା ଙ୍କୁ ବହୁ ଶ୍ରଦ୍ଧା ଓ ଭକ୍ତି କରୁଥିଲେ । ତାଙ୍କ ମୃତ୍ୟୁ ରେ ଭଦ୍ରକ ଜିଲ୍ଲା ତଥା ଓଡିଶା ର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଗୁଡିକ ପକ୍ଷରୁ ଶୋକ ପ୍ରକାଶ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ତେବେ ସ୍ୱର୍ଗତଃ ଜେନାଙ୍କ ଦେହାନ୍ତର ଖବର ପାଇ ଉଚ୍ଚଶିକ୍ଷା ମନ୍ତ୍ରୀ, ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଭୁବନେଶ୍ୱରସ୍ଥିତ ଘରୋଇ ହସ୍‌ପିଟାଲରେ ପହଂଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସିପିଆଇ(ଏମ) ରାଜ୍ୟ ସଂପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ଜନାର୍ଦ୍ଦନ ପତି, ଅନ୍ୟତମ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ସିପିଆଇ(ଏମ) ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପୂର୍ବତନ ସିପିଆଇ(ଏମ) ବିଧାୟକ ପ୍ରଦୀପ୍ତ ପଣ୍ଡା, ଅଲଇଣ୍ଡିଆ ବାର୍ ଆସୋସିଏସନ୍ ର ପୂର୍ବତନ ସଭାପତି ତଥା ଓଡିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ଓଡିଶା ଉଚ୍ଚ ନ୍ୟାୟାଳୟ ଓକିଲ ସଂଘର ସଭାପତି ଧରଣୀଧର ନାୟକ,ଓଡିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ତଥା ଅଲ ଇଣ୍ଡିଆ ଲୟର୍ସ ୟୁନିୟନ ର ରାଜ୍ୟ ସଭାପତି ଲକ୍ଷ୍ମୀଧର ପଙ୍ଗାରୀ, ଅଲଇଣ୍ଡିଆ ଲୟର୍ସ ୟୁନିୟନ ର ରାଜ୍ୟ ସଂପାଦକା ତଥା ଓଡିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ଦୀପକ ମହାପାତ୍ର , ଷ୍ଟେଟ ବାର୍ କାଉନସିଲ ର ସଭ୍ୟ ଆଇନଜୀବି ଗିରିଜା ଭୂଷଣ ମିଶ୍ର, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଜାତୀୟ କଂଗ୍ରେସ ଦଳର ଭଦ୍ରକ ଜିଲ୍ଲା ସଭାପତି ତଥା ବିଧାୟକ ଅଶୋକ ଦାସ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ଅସିତ୍ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ପୌରଧ୍ୟକ୍ଷା ଗୁଲୁମୁକ୍କୀ ହବିବ୍‌, ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ତଥା ଭଦ୍ରକ ଓକିଲ ସଂଘର ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ, ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ରାୟ, ସିପିଆଇ(ଏମ) ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ତଥା ଯୁବ ଆଇନଜୀବୀ ବିକାଶ ନାଥ, ଭଦ୍ରକ ଓକିଲ ସଂଘର ସଭାପତି ବସନ୍ତ ଦାସ, ଭଦ୍ରକ ଓକିଲ ସଂଘର ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଚାନ୍ଦବାଲି ଓକିଲ ସଂଘର ସଭାପତି ବିଶ୍ୱଭୂଷଣ ରଣା, ଭଦ୍ରକ ଜିଲ୍ଲା ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ, ପର୍ଶୁରାମ ଦ୍ୱିବେଦୀ, ପ୍ରଫୁଲ୍ଲ ପାଢୀ, ରାଧାନାଥ ଦାସ, ରଞ୍ଜନ ନାୟକ, ଶଶି ଭୂଷଣ ପଣ୍ଡା, ପ୍ରଫୁଲ୍ଲ ସାମଲ , ଆଇନଜୀବୀ ନୁର୍ ମୁଜାସମ୍ , ଆଇନଜୀବୀ ସେକ୍ ଇସ୍ତାର, ସନାତନ ଦୀକ୍ଷିତ, ଯୁବ ଆଇନଜୀବୀ ପ୍ରତାପ ସେଠୀ, ପରମେଶ୍ୱର ବାରିକ୍‌, ବିନୋଦ ସାହୁ, ଉଜ୍ୱଳ ଯେନା, ଉତ୍ପଳ ଲୋଚନ ଚାନ୍ଦ, ନାରୀ ନେତ୍ରୀ ସୁରଜିତା ନାୟକ, ଚାରୁଲତା ମହାପାତ୍ର, ମଧୁସ୍ମିତା ପାକଳ, ଅଧ୍ୟାପକ ପାର୍ଥସାରଥି ଦାଶ, ଅଧ୍ୟାପକ ଶରତ ଦାସ, ଶିକ୍ଷକ ନେତା ଚିତ୍ରଭାନୁ ଦାଶ, ସମାଜସେବୀ ମହମ୍ମଦ ଫାରୁକ, ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ବରିଷ୍ଠ ଅଧିବକ୍ତା ନିରାକାର ଜେନା ଙ୍କ ଶବ ଭଦ୍ରକ ନଳାଙ୍ଗ ସ୍ଥିତ ଜିଲ୍ଲା ନ୍ୟାୟାଳୟ ରେ ପହଂଚିବା ପରେ ଜିଲ୍ଲା ଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ଙ୍କ ସମେତ ଜିଲ୍ଲା ନ୍ୟାୟାଳୟ ର ସମସ୍ତ ଜଜ୍ ଓ ମାଜିଷ୍ଟ୍ରେଟ, ଜିଲ୍ଲା କୋର୍ଟ ର ସମସ୍ତ ଅଫିସର ଓ କର୍ମଚାରୀ, ସମସ୍ତ ଓକିଲ,ଉପସ୍ଥିତ ସମସ୍ତ ମହକିଲ, ମହୁରିର ଓ ସାଧାରଣ ଜନତା ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ନଳାଙ୍ଗ କୋର୍ଟ ପରିସରରୁ ଏକ ଶବ ଶୋଭାଯାତ୍ରା ବାହାରି ପୁରୁଣା କୋର୍ଟ ପରିସର ଦେଇ ଚରଂପା ସ୍ଥିତ ତାଙ୍କ ବାସଭବନରେ ତାଙ୍କ ମର ଶରୀର ପହଂଚି ତାଙ୍କ ପରିବାର ଲୋକେ ଓ ହଜାର ହଜାର ସାଧାରଣ ଜନତା ତାଙ୍କ ଶବସତ୍କାର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.