Home ଜିଲ୍ଲା ପରିକ୍ରମା ପୂର୍ବତନ ସରପଂଚଙ୍କ ପରଲୋକ

ପୂର୍ବତନ ସରପଂଚଙ୍କ ପରଲୋକ

15

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଶ୍ୟାମସୁନ୍ଦର ପଂଚାୟତର ପୂର୍ବତନ ସରପଂଚ କୃପାସିନ୍ଧୁ ଦାସଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ୧୯୮୫ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ପଂଚାୟତରେ ସରପଂଚ ଭାବେ ରହି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ବେଳେ ଲୋକମାନଙ୍କର ସେବା କରିଥିଲେ । ସେ ଜଣେ ଶାନ୍ତ, ସରଳ, ଅମାୟିକ, ଧାର୍ମିକ ବ୍ୟକ୍ତି ଭାବରେ ପଂଚାୟତର ଲୋକମାନଙ୍କ ନିକଟରେ ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ସରପଂଚ ପବିତ୍ର ମୋହନ ମଲିକ, ରମେଶ ରାଉତ, ସୁରେନ୍ଦ୍ର ନାୟକ, ମୂରଲୀଧର ମଲିକ, ବାଇଧର ମଲିକ, ରାମଚନ୍ଦ୍ର ଦାସ, ଦୀନବନ୍ଧୁ ମଳିଲ, ଚରଣ ମଳିକ, କାଳନ୍ଦି ମଳିକ, ପାର୍ଥସାରଥି ଦାସ, ମାନସ ଦାସ ପ୍ରମୁଖଙ୍କ ସହିତ ବହୁ ମାନଗନ୍ୟ ବ୍ୟକ୍ତି ଈଶ୍ୱରପୁର ସ୍ଥିତ ବାସଭବନରେ ପହଂଚି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସାନପୁଅ ଶରତ ଦାସଙ୍କ ସମେତ ଝିଅ, ଜ୍ୱାଇ, ପୁଅ, ବୋହୂ, ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ଼ପୁଅ କଲ୍ଲୋଳ ଦାସ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.