Home ଜିଲ୍ଲା ପରିକ୍ରମା ପୂର୍ବତନ ସମିତି ସଭ୍ୟଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର

ପୂର୍ବତନ ସମିତି ସଭ୍ୟଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର

78

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ତଥା ପୂର୍ବତନ ପଞ୍ଚାୟତ ସଭାପତି ରବିନ୍ଦ୍ର ନାଥ ଧଳଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି ବୋଲି ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି ଚିଠି ନଂ ୧୨/୨୦୨୩ରେ ଉଲ୍ଲେଖ ରହିଛି । ଶ୍ରୀ ଧଳ ବିଜେଡିର ଟାଣୁଆ ସଂଗଠକ ଥିଲେ । ଦଳ ବିରୋଧି କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ସେ ପୁଣି ଦଳକୁ ପ୍ରତ୍ୟାବର୍ତ୍ତନ କରୁଥିବାରୁ ବିଜେଡି ଏହି ପଞ୍ଚାୟତରେ ଆହୁରି ଅଧିକ ଶକ୍ତିଶାଳୀ ହୋଇପାରିବ । ସରପଞ୍ଚ ପ୍ରତିନିଧି ଭବେନ୍ଦ୍ର କୁମାର ସାହୁ,ଜଗନ୍ନାଥ ପାତ୍ର,ରଘୁନାଥ ସାହୁ,କୃଷ୍ଣ ଚନ୍ଦ୍ର ରାଉତ,ଚନ୍ଦ୍ରମଣି ଦତ୍ତ,ବସନ୍ତ ଦାସଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ରହି ଶ୍ରୀ ଧଳଙ୍କୁ ଦଳରେ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.