Home ଜିଲ୍ଲା ପରିକ୍ରମା ପୂର୍ବତନ ସମିତିସଭ୍ୟ ରମେଶ ବେହେରାଙ୍କ ବିୟୋଗରେ ଶୋକ

ପୂର୍ବତନ ସମିତିସଭ୍ୟ ରମେଶ ବେହେରାଙ୍କ ବିୟୋଗରେ ଶୋକ

17

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତା ଦଳ ର ବରିଷ୍ଠ ନେତା ତଥା ଚରମ୍ପା ପଂଚାୟତର ପୂର୍ବତନ ସରପଂଚ ଓ ସମିତି ସଭ୍ୟ ରମେଶ ବେହେରାଙ୍କର ଆଜି ବ୍ରେନ୍ ଷ୍ଟ୍ରୋକରେ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତରେ କେବଳ ଚରମ୍ପା ଅଂଚଳ ନୁହେଁ ସମଗ୍ର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଜଣେ ଦକ୍ଷ ରାଜନେତା ଓ ଦୃଢ ସଂଗଠକଙ୍କୁ ହରାଇଲା ବୋଲି ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଏଠାରେ ସୂଚନାଯୋଗ୍ୟ ସ୍ୱର୍ଗତଃ ବେହେରା ଅସୁସ୍ଥତା ଯୋଗୁଁ କଟକ ଶ୍ରୀରାମଚନ୍ଦ୍ର ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଅସୁସ୍ଥତାର ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ ତାଙ୍କର ଉନ୍ନତମାନର ଚିକିତ୍ସା ନିମନ୍ତେ ଭୁବନେଶ୍ୱରସ୍ଥିତ ଘରୋଇ ହସ୍‌ପିଟାଲ କିମ୍ସକୁ ସ୍ଥାନାନ୍ତର କରି ଉପଯୁକ୍ତ ସେବା ଯୋଗାଇଦେବା ପାଇଁ ହସ୍‌ପିଟାଲର କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ମାତ୍ର ସ୍ୱର୍ଗତଃ ବେହେରାଙ୍କର ଆଜି ସେଠାରେ ଦେହାନ୍ତ ହୋଇଛି। ତାଙ୍କର ମୃତ୍ୟୁ ଖବର ପାଇ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ପୂର୍ବତନ ବ୍ଲକ ସମ୍ପାଦକ ରଘୁନାଥ ପଣ୍ଡା, ଯୁବନେତା ତପନ ଦାସ ଓ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଡାକ୍ତରଖାନାରେ ପହଂଚି ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.