Home କେନ୍ଦୁଝର ପୂର୍ବତନ ସମବାୟ ସମିତି ସଭାପତିଙ୍କ ଅକାଳ ବିୟୋଗ

ପୂର୍ବତନ ସମବାୟ ସମିତି ସଭାପତିଙ୍କ ଅକାଳ ବିୟୋଗ

74

 

ହାଟଡ଼ିହି-୪/୯ ମରେଇଗାଁ ସେଵା ସମବାୟ ସମିତିର ପୂର୍ବତନ ସଭାପତି ତଥା ବେତୀରା ଗ୍ରାମର ଗୋବର୍ଦ୍ଧନ ଦାସଙ୍କ ଅକସ୍ମାତ ପରଲୋକ ହୋଇଯାଇଛି। ସେ ଗତକାଲି ତାଙ୍କ ଛାତିରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଲୟକୁ ନିଆଯାଇ ଥିବାବେଳେ ସେଠାରେ ତାଙ୍କର ପରଲୋକ ଘଟିଥିଲା। ସେ ବିଜେଡି ଦଳର ଜଣେ ଆଗ ଧାଡ଼ିର କର୍ମୀ ଥିଲେ। ତାଙ୍କ ପରଲୋକରେ ସମବାୟ ସମିତିର ପୂର୍ବତନ ନିର୍ଦେଶକ, କର୍ମଚାରୀ ଓ ବରିଷ୍ଠ ବିଜେଡି ନେତା ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.