Home ଜିଲ୍ଲା ପରିକ୍ରମା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି

7

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ଗ୍ରାମର ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଚତୁର୍ଥ ଶ୍ରଦ୍ଧବାର୍ଷିକ ଅବସରରେ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୋମବାର ସକାଳେ ତିହିଡ଼ି ପକ୍କାଘାଟ ପୋଖରୀ ଘାଟରେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ ତିଳତର୍ପଣ କରିଥିଲେ। ପରେ ଏ ନେଇ ବିଜେଡି କାର୍ଯ୍ୟାଳୟ ପରିସରରେ ସଭାପତି ଶ୍ରୀ ନାୟକଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ସରପଂଚ ଗୌରହରି ଜେନା, ତାପସ ବେହେରା, ସମିତିସଭ୍ୟ ପ୍ରିୟବନ୍ଦୁ ମାଝୀ, ପୂର୍ବତନ ସରପଂଚ ହରେକୃଷ୍ଣ ଜେନା, କମଳକାନ୍ତ ଦାସ, ବିଷ୍ଣୁ କୁଅଁର, ବିପିନ ବିହାରୀ ଦାସ, ପୂର୍ବତନ ସମିତିସଭ୍ୟ ସଂଗ୍ରାମ ଦାସ, ବିଜେଡି ନେତା ଗଣେଶ ନାୟକ, ସୁରେନ୍ଦ୍ର ପ୍ରସାଦ ନାୟକ, କମଳାକାନ୍ତ ସ୍ୱାଇଁ, ନିତ୍ୟାନନ୍ଦ ବେହେରା, ପ୍ରଫୁଲ୍ଲ ଦାସ, ଅଶୋକ ନାୟକ, ବିଜୟ ନାୟକ, ସୌମ୍ୟରଂଜନ ପରିଡ଼ା, ଆନଜୀବୀ ଗୌରହାରି ମହାନ୍ତି, ସୁଧାଂଶୁ ମହାଳିକ, ଲଳିତ ମୋହନ ନାୟକ ରାଜେନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଉତରାୟ ମନ୍ତ୍ରୀ ଥିବା ସମୟରେ ତିହିଡ଼ି ଅଂଚଳର ବହୁ ବିକାଶ କରିଛନ୍ତି। ତାଙ୍କରି ଆଦର୍ଶକୁ ପାଥେୟ କରି ଦଳର ସମସ୍ତ ନେତା ଓ କର୍ମୀ ଚାଲିଲେ ଦଳର ଉନ୍ନତି ହୋଇପାରିବ ବୋଲି କହିଥିଲେ। ଏହି ଅବସରରେ ତିହିଡ଼ି ମେଡ଼ିକାଲରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.