ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଜଗନ୍ନାଥ ରାଉତଙ୍କ ୬ ଷ୍ଠ ଶ୍ରାଦ୍ଧ ଉତ୍ସବ ସ୍ଥାନୀୟ ଧୁସୁରି ସ୍ଥିତ ପୂଜ୍ୟ ପୂଜା ଭବନ ପରିସରରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନୈତିକ ନେତୃବୃନ୍ଦ ଯୋଗଦେଇ ଜନପ୍ରିୟ ନେତାଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।ବରିଷ୍ଠ କଂଗ୍ରେସ ନେତା ନାରାୟଣ ପାଢୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାସୁଦେବପୁର ର ବିଧାୟକ ଅଶୋକ ଦାସ, ପୂର୍ବତନ ସାଂସଦ ଅନନ୍ତ ସେଠୀ ଓ ମୁରଲୀ ଧର ଜେନା,ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନି ବାଳା ବିଶ୍ୱାଳ,ଜିଲ୍ଲା କଂଗ୍ରେସ ସଭାପତି ନଳିନୀ କାନ୍ତ ମହାନ୍ତି, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ,ନାରୀ ନେତ୍ରୀ ଅମିତା ମହାନ୍ତି, କଂଗ୍ରେସ୍ ନେତା ଦେବେନ୍ଦ୍ର ମହାନ୍ତି ଓ ହୃଦାନନ୍ଦ ସେଠୀ,ବିଦ୍ୟାଧର ଜେନା, ଶିକ୍ଷାବିତ୍ ବାବାଜୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଭିଷେକ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଦୀପ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ୱର୍ଗତ ଜଗନ୍ନାଥ ରାଉତ ଜଣେ ସାଲିସ ବିହୀନ ଓ ଜନ ଦରଦୀ ନେତା ଥିଲେ। ନିଜର ମନ୍ତ୍ରୀତ୍ୱ ଓ ବିଧାୟକ କାର୍ଯ୍ୟକାଳ ମଧ୍ୟରେ ସେ ଧାମନଗର ଅଂଚଳର ଉନ୍ନତି ପାଇଁ ଅହରହ ଚେଷ୍ଟା କରିଥିଲେ।ତାଙ୍କ ସମୟରେ ହୋଇଥିବା ରାସ୍ତାଘାଟ, ପୋଲ ନିର୍ମାଣ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ଆଜି ବି ଲୋକଙ୍କ ପାଇଁ ବରଦାନ ସଦୃଶ ହୋଇ ରହିଛି। ନିଜର ଉନ୍ନତିମୂଳକ କାର୍ଯ୍ୟ ଓ ମେଳାପୀ ସ୍ୱଭାବ ପାଇଁ ସେ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ଅମର ହୋଇ ରହିବେ। ଅଞ୍ଚଳର ଶତାଧିକ ଶୁଭେଚ୍ଛୁ ଓ କର୍ମକର୍ତା ଯୋଗଦେଇ ସ୍ୱର୍ଗତ ରାଉତଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ୬ଷ୍ଠ ଶ୍ରାଦ୍ଧ ଉତ୍ସବ ପାଳିତ,ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବିଶିଷ୍ଟ ନେତୃବୃନ୍ଦ








