Home ଜିଲ୍ଲା ପରିକ୍ରମା ପୂର୍ବତନ ବିଧାୟକ ବିରେନ୍ ପଲେଇଙ୍କର ୨୫ତମ ଶ୍ରାଦ୍ଧ ବାର୍ଷିକୀ

ପୂର୍ବତନ ବିଧାୟକ ବିରେନ୍ ପଲେଇଙ୍କର ୨୫ତମ ଶ୍ରାଦ୍ଧ ବାର୍ଷିକୀ

0

ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ବିଧାୟକ ବିରେନ୍ ପଲେଇଙ୍କର ୨୫ତମ ଶ୍ରାଦ୍ଧ ବାର୍ଷିକୀ, ଭଦ୍ରକ ପୌରପାଳିକା ଅନ୍ତର୍ଗତ ୩୦ ନମ୍ବର ୱାର୍ଡ଼ ଅବସ୍ଥିତ କୋଣାର୍କ କ୍ଲବ ଠାରେ ପାଳିତ ହୋଇଛି । କ୍ଲବ ପରିସରରେ ଥିବା ତାଙ୍କ ପ୍ରତିମୂର୍ତି ନିକଟରେ କ୍ଲବ ସଭାପତି ମାୟାଧର ରାଉତ, ସଂପାଦକ ବିନୋଦ ନାୟକ, ପାଠାଗାରର ସଭାପତି ମୁକ୍ତିକାନ୍ତ ନାୟକ ଓ ସଂପାଦକ ସତ୍ୟଜିତ୍ ନାୟକଙ୍କ ସହ ସମସ୍ତ ସଦସ୍ୟ, ଗ୍ରାମବାସୀ ତଥା କ୍ଲବର ଉପଦେଷ୍ଟା ସୁଧାକର ରାଉତ, ଗାନ୍ଧି ଓଡ଼ିଶା ବାଳାଶ୍ରମର ସଂପାଦକ ଅଶୋକ ଦାସ ସମେତ ବହୁ ବିରେନ୍ ପ୍ରେମୀ ପୁଷ୍ପଧୂପ ଦେଇ ତାଙ୍କର ଦିବଂଗତ ନେତାଙ୍କୁ ଶ୍ରଦ୍ଧାସୂମନ ଅର୍ପଣ କରିଥିଲେ । ତାଙ୍କର ବହୁମୁଖି ପ୍ରତିଭାକୁ ଆଲୋଚନା କରାଯାଇଥିଲା । ଭଦ୍ରକ ସହର ତଥା ନିର୍ବାଚନ ମଣ୍ଡଳିର ସର୍ବାଙ୍ଗିନ ଉନ୍ନତି ପାଇଁ ତାଙ୍କର ସ୍ୱପ୍ନ ସ୍ୱପ୍ନରେ ରହିଗଲା । ତାଙ୍କର ଅକାଳ ବିୟୋଗ ଭଦ୍ରକବାସୀଙ୍କୁ ଦଳମତ ନିର୍ବିଶେଷରେ ବହୁ କଷ୍ଟ ଦେଇଥିଲା । ଗରିବଙ୍କ ହୃଦୟରେ ବସିଥିବା ସମସ୍ତଙ୍କର ପ୍ରିୟ ମଣିଷ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ । ତାଙ୍କ ଭଳି ଜଣେ ଗରିବର ହୃଦୟକୁ ଜିଣିଥିବା ନେତା ଭଦ୍ରକବାସୀଙ୍କୁ ମିଳିବା ଅସମ୍ଭବ ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.