Home ଜିଲ୍ଲା ପରିକ୍ରମା ପୂର୍ବତନ ପ୍ରଧାନଶିକ୍ଷକଙ୍କ ସ୍ମୃତିସଭା

ପୂର୍ବତନ ପ୍ରଧାନଶିକ୍ଷକଙ୍କ ସ୍ମୃତିସଭା

14

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ବହୁଦରଡ଼ା ଗ୍ରାମ ସ୍ଥିତ ବହୁଦରଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ କୃଷ୍ଣଚନ୍ଦ୍ର ସେନାପତି ଓରଫ ସାଗର ସାର୍‌ଙ୍କ ସ୍ମୃତିସଭା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତସମ୍‌ୃତି ସଭାରେ ବହୁ ପୁରାତନ ଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ପୂର୍ବତନ ଶିକ୍ଷକ ରତ୍ନାକର ମିଶ୍ର, ହରେକୃଷ୍ଣ ମିଶ୍ର, ଅନ୍ତର୍ଯାମୀ ଓଝା, ଭାଗିରଥୀ ରାଉଳ, ଶିକ୍ଷୟିତ୍ରୀ ବନଲତା ସାହୁ, ପୁରାତନ ଛାତ୍ର ତଥା ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ସାହୁ, ଭାଗିରଥୀ ଜେନା, ପୂର୍ବତନ ସମିତିସଭ୍ୟ ଅନିରୁଦ୍ଧ ଜେନା, ସରପଞ୍ଚଙ୍କ ପ୍ରତିନିଧି ମାନସୀ ସାମଲ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରଣଜିତ୍ ଦାସ, ଶ୍ରୀରାମ ସମବାୟ ସମିତିର ସଭାପତି ପ୍ରଭାକର ପଣ୍ଡା, ସମାଜସେବୀ ବିକାଶ ସାମଲ, କିଶୋର ପଣ୍ଡା, ସନ୍ତୋଷ ନାୟକ, ପ୍ରଫୁଲ୍ଲ ପଣ୍ଡା, ବିଶ୍ୱମ୍ଭର ନାୟକ, ବିଶ୍ୱନାଥ ପଣ୍ଡା ପ୍ରମୁଖ ସ୍ୱର୍ଗତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସେନାପତିଙ୍କ ଶିକ୍ଷାଦାନ, କର୍ତ୍ତବ୍ୟପରାୟଣତା, ଛାତ୍ରବତ୍ସଳତା ଓ ଶିକ୍ଷାୟତନରେ ସହକର୍ମୀଙ୍କ ପ୍ରତି ସହୃଦୟତାର ଗୁଣଗାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.